Odisha Link
Bridging the Missing Links in Odisha

ପ୍ରି ବଜେଟ ପରାମର୍ଶ ବୈଠକ

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିବାବେଳେ ଅର୍ଥ ବିଭାଗର ସଚିବ, ପୂର୍ବତନ ଅର୍ଥମନ୍ତ୍ରୀ ପୂର୍ବତନ ସଚିବ,ଅଧତ୍କାରୀ, ଅର୍ଥନୀତିଜ୍ଞ ଓ ବିଶେଷଜ୍ଞ ମାନେ ଏହି ବୈଠକରେ ଉପସ୍ଥିତ ଥିବା ସୂଚନା

ଓଏଲ୍‌ ବ୍ୟୁରୋ : ଆଗାମୀ ଦିନରେ ବଜେଟ ଉପସ୍ଥାପନକୁ ନେଇ ରାଜ୍ୟ ଅତିଥି ଭବନରେ ପ୍ରି ବଜେଟ ପରାମର୍ଶ ବୈଠକ ଜାରି ରହିଥିବା ସୂଚନା ମିଳିଛି। ଆସନ୍ତା ଫେବ୍ରୁଆରି ତୃତୀୟ ସପ୍ତାହରେ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ ଆସିପାରେ ବୋଲି କୁହାଯାଉଥିବେବେଳେ ବଜେଟ ଅଧିବେଶନ ପୂର୍ବରୁ ବୈଠକ ଆରମ୍ଭ କରାଯାଇଛି। ଏହି ବୈଠକ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିବାବେଳେ ଅର୍ଥ ବିଭାଗର ସଚିବ, ପୂର୍ବତନ ଅର୍ଥମନ୍ତ୍ରୀ ପୂର୍ବତନ ସଚିବ,ଅଧତ୍କାରୀ, ଅର୍ଥନୀତିଜ୍ଞ ଓ ବିଶେଷଜ୍ଞ ମାନେ ଏହି ବୈଠକରେ ଉପସ୍ଥିତ ଥିବା ସୂଚନା ମିଳିଛି।

ଦୁଇଟି ପର୍ଯ୍ୟାୟରେ ବୈଠକ ବସିବ ବୋଲି ଖବରରୁ ଜଣା ପଡିଛି। ଦିନ ୧୧ ଟା ରୁ ୧ ଟା ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଓ ଦିନ ୩ ଟା ରୁ ୫ ଟା ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ବୈଠକ ରହିଛି। ବଜେଟ ବ୍ୟୟ ବରାଦରେ କେଉଁ କେଉଁ ଦିଗକୁ ଗୁରୁତ୍ୱ ଦିଆଯିବ ସେନେଇ ଅର୍ଥନୈତିକ ବିଶାରଦମାନଙ୍କ ସହ ଆଲୋଚନା ଜାରି ରହିଥିବା ସୂଚନା ମିଳିଛି।। ବୈଠକରେ ଚର୍ଚ୍ଚା ପରେ ରାଜ୍ୟ ସରକାର ବଜେଟକୁ ନେଇ ସ୍ଥିର କରିଥିବା ପଦକ୍ଷେପର ସୂଚନା ମିଳିପାରିବ।

Leave A Reply

Your email address will not be published.