Odisha Link
Bridging the Missing Links in Odisha

ଅଳିଆ ଗଦାରୁ ଠାବ ହେଲା ମୃତ ଶିଶୁପୁତ୍ର

ବଲାଙ୍ଗୀର ଟାଉନ୍ ଥାନା କ୍ଲବପଡ଼ା ନିକଟ ଏକ ଡାଇଗ୍ନୋଷ୍ଟିକ ସେଣ୍ଟର ସାମ୍ନା ଅଳିଆ ଗଦାରେ ପଡିଥିବା ବ୍ୟାଗ ଭିତରୁ ଶିଶୁପୁତ୍ରର ମୃତଦେହ

ଓଏଲ୍‌ ବ୍ୟୁରୋ : ମଣିଷପଣିଆ ନ୍ୟୂନ ସ୍ତରରେ ପହଂଚି ଗଲା କି ? ପୂର୍ବରୁ ଅନେକ ସ୍ଥାନରେ ମୃତ ଶିଶୁ ଠାବ ହୋଇଥିବା ଖବର ସାମ୍ନାକୁ ଆସିଥିବାବେଳେ ବର୍ତ୍ତମାନ ଆଉ ଏକ ମୃତ ଶିଶୁ ମିଳିଥିବା ଖବରରୁ ଜଣା ପଡିଛି। ଖବର ମୁତାବିକ, ଏକ ଅଳିଆ ଗଦାରେ ବ୍ୟାଗ ଭିତରୁ ଠାବ ହୋଇଛି ଶିଶୁ। ଅଳିଆ ଗଦାରୁ ମିଳିଥିବା ଶିଶୁପୁତ୍ର ମୃତ ବୋଲି ଜଣା ପଡିଛି। ଏଭଳି ଅତ୍ୟନ୍ତ ଲଜ୍ଜା ଜନକ ଘଟଣା କିଏ ଘଟାଇଛି ତାହା ଜଣା ପଡ଼ିନଥିବାବେଳେ ଏଭଳି ଦୁଃଖଦାୟକ ଘଟଣା ବଲାଙ୍ଗୀରରେ ଘଟିଥିବା ଜଣା ପଡିଛି।

ବଲାଙ୍ଗୀର ଟାଉନ୍ ଥାନା କ୍ଲବପଡ଼ା ନିକଟ ଏକ ଡାଇଗ୍ନୋଷ୍ଟିକ ସେଣ୍ଟର ସାମ୍ନା ଅଳିଆ ଗଦାରେ ପଡିଥିବା ବ୍ୟାଗ ଭିତରୁ ଶିଶୁପୁତ୍ରର ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା। ଏହି ନ୍ୟୂନ ସ୍ତରର ଘଟଣା ଘଟାଇଥିବା ମୃତ ନବଜାତ ଶିଶୁ କାହାର ଓ କିଏ ସେଠାରେ ଫିଙ୍ଗିଥିଲା ତାହା ବର୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ।

Leave A Reply

Your email address will not be published.