Odisha Link
Bridging the Missing Links in Odisha

ରାଉରକେଲା ହକି ଷ୍ଟାଡିୟମକୁ ନେଇ ସ୍ପଷ୍ଟୀକରଣ ଦେଲେ କ୍ରୀଡ଼ା ମନ୍ତ୍ରୀ

କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ବିଶ୍ୱରେ ସର୍ବବୃହତ

ଓଏଲ୍‌ ବ୍ୟୁରୋ : ରାଉରକେଲା ହକି ଷ୍ଟାଡିୟମକୁ ନେଇ ବାଦାନୁବାଦ ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଲେ କ୍ରୀଡ଼ା ମନ୍ତ୍ରୀ। କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ବିଶ୍ୱରେ ସର୍ବବୃହତ ବୋଲି ଏକଥା ଆମେ କହୁନୁ ବରଂ ଏଫ୍‌ଆଇଏଚ୍ ସାର୍ଟିଫାଏଡ କରିଛି। ଦର୍ଶକ କ୍ଷମତା ଅନୁସାରେ ଏହା ସର୍ବବୃହତ ବୋଲି କହିଛି FIH।

ପୂର୍ବରୁ ରାଉରକେଲା ହକି ଷ୍ଟାଡିୟମକୁ ବିଶ୍ୱର ସର୍ବବୃହତ ହକି ଷ୍ଟାଡିୟମ କୁହାଯାଉଥିବାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଥିଲା। ରାଜ୍ୟ ସରକାର ଉଦ୍ଘାଟନ କରିଥିବା ଏହି ହକି ଷ୍ଟାଡିୟମ ବିଶ୍ୱର ସର୍ବବୃହତ ହକି ଷ୍ଟାଡିୟମ କହୁଥିବାବେଳେ ଏହା କେତେ ଦୂର ଠିକ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଥିଲା। ରାଉରକେଲାର ହକି ଷ୍ଟାଡିୟମକୁ ନେଇ ହେଉଥିବା ବାଦାନୁବାଦ ପ୍ରସଙ୍ଗ ଉପରେ ନିଜର ମତ ବ୍ୟକ୍ତ କରିଥିବା ଜଣା ପଡିଛି।

Leave A Reply

Your email address will not be published.