Odisha Link
Bridging the Missing Links in Odisha

ରୁଷୀୟ ଚିଫ୍ ଇଂଜିନିୟର ମୃତ୍ୟୁ ଘଟଣା : ହୃଦଘାତ ଯୋଗୁଁ ହୋଇଥିଲା ମୃତ୍ୟୁ

ପାରାଦୀପ ପୋର୍ଟ ଆଙ୍କରେଜ୍‌ରେ ଥିବା ଏକ ଜାହାଜରେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା

ଓଏଲ୍‌ ବ୍ୟୁରୋ : ଜାହାଜରେ ରୁଷୀୟ ଚିଫ୍ ଇଂଜିନିୟର ମୃତ୍ୟୁ ଘଟଣାର ଆସିଲା ପୋଷ୍ଟମର୍ଟମ ରିପୋର୍ଟ। ପାରାଦୀପ ରୁଷୀୟ ଚିଫ୍ ଇଂଜିନିୟରଙ୍କ ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ। ପୂର୍ବରୁ ରାୟଗଡ଼ାରେ ୨ ରୁଷୀୟ ନାଗରିକଙ୍କ ମୃତ୍ୟୁକୁ ନେଇ ତନାଘନା ଚାଲିଥିବା ବେଳେ ୩ରେ ରୁଷୀୟ ଚିଫ୍ ଇଂଜିନିୟର୍ ମିଲ୍ ୟାକୁବ୍ ସର୍ଜଇଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଥିଲା।

ବିଳମ୍ବିତ ରାତିରେ ରୁଷୀୟ ଚିଫ୍‌ ଇଞ୍ଜିନିୟରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ପାରାଦୀପ ପୋର୍ଟ ଆଙ୍କରେଜ୍‌ରେ ଥିବା ଏକ ଜାହାଜରେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ସୂଚନା ଅନୁସାରେ ରାୟଗଡ଼ାରେ ଦୁଇଜଣ ରୁଷୀୟ ନାଗରିକଙ୍କ ମୃତ୍ୟୁ ଘଟଣା ସାରା ଦେଶରେ ଚର୍ଚ୍ଚାରେ ଥିବାବେଳେ ପାରାଦୀପରେ ରୁଷୀୟ ନାଗରିକଙ୍କର ମୃତ୍ୟୁ ସନ୍ଦେହରେ ଥିଲା। ଗତବର୍ଷ ଡିସେମ୍ବର ୨୨ ତାରିଖରେ ରାୟଗଡ଼ା ବୁଲିବାକୁ ଆସିଥିବା ରୁଷିୟ ପର୍ଯ୍ୟଟକ ଭ୍ଲାଦିମିର ବିଦାନୋଭଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଥିଲା।

ପରେ ଡିସେମ୍ବର ୨୪ ତାରିଖରେ ଆଉ ଜଣେ ରୁଷୀୟ ପର୍ଯ୍ୟଟକ ଆଣ୍ଟୋନା ପାଭେଲଙ୍କ ମୃତ୍ୟୁ ହୋଇଥିଲା। ମୃତ ପାଭେଲ ରୁଷୀୟାର ଜଣେ ପୂର୍ବତନ ସାଂସଦ ଥିବା ଜଣାପଡ଼ିଥିଲା। ଜାନୁଆରୀ ୩ରେ ରୁଷୀୟ ଚିଫ୍ ଇଂଜିନିୟର୍ ମିଲ୍ ୟାକୁବ୍ ସର୍ଜଇଙ୍କ ମୃତ୍ୟୁ ହେବ ପରେ କେଉଁ କାରଣରୁ ମୃତ୍ୟୁ ହୋଇଥିଲା ତଦନ୍ତ ହେଉଥିଲା ଯାହାର ପୋଷ୍ଟମର୍ଟମ ରିପୋର୍ଟ ଆସିଥିବାବେଳେ ସେଥିରେ ହୃଦଘାତ ଜନିତ ମୃତ୍ୟୁ ହୋଇଥିବା ଉଲ୍ଲେଖ ରହିଛି।