Odisha Link
Bridging the Missing Links in Odisha

ଇରାନୀ ଗ୍ୟାଙ୍ଗକୁ ଧରିଲା କମିଶନରେଟ୍‌ ପୁଲିସ

ଇରାନୀ ଗ୍ୟାଙ୍ଗକୁ ରାୟପୁରରେ ପୁଲିସ ବାନ୍ଧିଥିବାବେଳେ ତାଙ୍କ ନିକଟରୁ ୫ଟି ବାଇକ ଓ ୧୭ଟି ସୁନା ଚେନ ଜବତ କରାଯାଇଥିବା ସୂଚନା

ଓଏଲ୍‌ ବ୍ୟୁରୋ : ଇରାନୀ ଗ୍ୟାଙ୍ଗକୁ ଧରିବାରେ ସଫଳତା ହାସଲ କରିଛି କମିଶନରେଟ୍‌ ପୋଲିସ। ସ୍ପେସାଲ ସ୍କ୍ବାଡ୍ କବ୍ଜା କରିଛି ନୂତନ ପଦ୍ଧତି ଆପଣେଇ ଲୁଟ କରୁଥିବା ଇରାନୀ ଗ୍ୟାଙ୍ଗକୁ। ଇରାନୀ ଗ୍ୟାଙ୍ଗକୁ ରାୟପୁରରେ ପୁଲିସ ବାନ୍ଧିଥିବାବେଳେ ତାଙ୍କ ନିକଟରୁ ୫ଟି ବାଇକ ଓ ୧୭ଟି ସୁନା ଚେନ ଜବତ କରାଯାଇଥିବା ସୂଚନା। ଆନ୍ଧ୍ର ପୁଲିସ ଏମାନଙ୍କୁ ଗତ ଛଅ ମାସ ହେଲା ଖୋଜୁଥିବାବେଳେ ଏମାନଙ୍କ ସଂପର୍କରେ ଅଭିଯୋଗର ଲମ୍ବା ତାଲିକା ରହିଛି।

ସୂଚନା ଅନୁସାରେ ଏମାନେ ବେଶ ଚାଲାକର ସହିତ ଲୁଟ କରୁଥିଲେ ଇରାନୀ ଗ୍ୟାଙ୍ଗ। ତେବେ କମିସନରେଟ ପୁଲିସ ଅଞ୍ଚଳରେ ଏମାନଙ୍କ ନାଁରେ ୨୦ରୁ ଅଧିକ ମାମଲା ରହିଛି। ଏହାଛଡ଼ା ଅନୁଗୁଳ, ଯାଜପୁର, କେନ୍ଦ୍ରାପଡ଼ା, ପାଣିକୋଇଲି ଓ ଭଦ୍ରକ ପୁଲିସରେ ରହିଛି ଅନେକ ଅଭିଯୋଗ। ଇରାନର ଏହି ଚୋରଙ୍କୁ ଧରିବା ପାଇଁ ସାରା ରାଜ୍ୟର ପୁଲିସଙ୍କ ପାଇଁ ଚ୍ୟାଲେଞ୍ଜ ଥିଲା। ତେବେ ଚ୍ୟାଲେଞ୍ଚରେ ସଫଳ ହୋଇ ଇରାନୀ ଗ୍ୟାଙ୍ଗର ୪ ସଦସ୍ୟଙ୍କୁ ରାୟପୁରରେ କବ୍ଜା କରିଛି କମିସନରେଟ ପୁଲିସ।

Leave A Reply

Your email address will not be published.