Odisha Link
Bridging the Missing Links in Odisha

ରାଉରକେଲା ବିମାନବନ୍ଦରରୁ ଜବତ ହେଲା ଗୁଳି

ସୁରକ୍ଷା କର୍ମୀ ଜଣେ ଯାତ୍ରୀଙ୍କ ବ୍ୟାଗରୁ ୬ଟି ଅଫୁଟା ଗୁଳି ଜବତ କରିଥିବା ଜଣା ପଡିଛି

ଓଏଲ୍‌ ବ୍ୟୁରୋ : ରାଉରକେଲା ବିମାନବନ୍ଦର ଉଦ୍ଘାଟନ ପର ଦିନ ମିଳିଛି ଅଫୁଟା ଗୁଳି। ସୁରକ୍ଷା କର୍ମୀ ଜଣେ ଯାତ୍ରୀଙ୍କ ବ୍ୟାଗରୁ ୬ଟି ଅଫୁଟା ଗୁଳି ଜବତ କରିଥିବା ଜଣା ପଡିଛି। ଯାତ୍ରୀ ଜଣକ ବିମାନବନ୍ଦରରେ ଯିବା ସମୟରେ ସ୍କାନର ଦ୍ୱାରା ଯାତ୍ରୀଙ୍କ ବ୍ୟାଗରେ ଗୁଳି ଥିବା ଜଣା ପଡିଥିଲା। ଗୁଳି ଜବତ କରାଯିବ ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଯାତ୍ରୀ ଜଣକ ରାଉରକେଲାରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବା ପୂର୍ବରୁ ବିମାନବନ୍ଦରରେ ଥିବା ସମୟରେ ତାଙ୍କ ପାଖରୁ ଗୁଳି ଜବତ କରି ପୁଲିସ ପଚାରଉଚରା କରୁଛି।

ସୂଚନା ଅନୁସାରେ ମାତ୍ର ଆଉ ୪ଦିନ ପରେ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱକପ। ଯାହାକୁ ନେଇ ନେଇ ହକି ପ୍ରେମୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଥିବାବେଳେ ହକି ବିଶ୍ୱକପକୁ ନେଇ ସମସ୍ତ ପ୍ରସ୍ତୁତି ଜାରି ହୋଇଛି। ତେବେ ରାଉରକେଲାରେ ହକି ବିଶ୍ୱକପ ପୂର୍ବରୁ ବିମାନବନ୍ଦର ଉଦ୍ଘାଟନ ହୋଇଯାଇଛି। ବିମାନରେ ଯାତ୍ରା କରିବା ପାଇଁ ସୁବିଧା ଜନକ କରାଯାଇଥିବା ରାଉରକେଲା ବିମାନବନ୍ଦରରୁ ଗୁଳି ଜବତ ଖବର ଚାଞ୍ଚଲ୍ୟ ସୃଷ୍ଟି କରିଛି। ବିଶେଷ ତଥ୍ୟରୁ ଯାହା ଜଣା ପଡିଛି ଜବତ ହୋଇଥିବା ଗୁଳି ଗୁଡିକ ଲାଇସେନ୍ସ ପ୍ରାପ୍ତ ବନ୍ଧୁକର। ଯେହେତୁ ବିମାନରେ ଯାତ୍ରା ସମୟରେ ଗୁଳି ନେବା ବେଆଇନ ସେଇ ଅନୁସାରେ ଲାଇସେନ୍ସ ପ୍ରାପ୍ତ ବନ୍ଧୁକର ଗୁଳି ହୋଇଥିଲେ ମଧ୍ୟ ଯାତ୍ରୀଙ୍କ ଯାତ୍ରାକୁ ବନ୍ଦ କରି ଘଟଣାର ତଦନ୍ତ ଜାରି କରିଛି।

Leave A Reply

Your email address will not be published.