Odisha Link
Bridging the Missing Links in Odisha

ଭିଜିଲାନ୍ସ ପଞ୍ଝାରେ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ

ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବର୍ତ୍ତମାନ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ କିଶୋର ଚନ୍ଦ୍ର ନାୟକଙ୍କୁ ଭଜିଳାନ୍ସ ଗିରଫ

ଓଏଲ୍‌ ବ୍ୟୁରୋ : ଭିଜିଲାନ୍ସ ଜାଲରେ ପଡ଼ିଥିଲେ ରାୟଗଡାର ଆଉ ଜଣେ ସରକାରୀ କର୍ମଚାରୀ। ୫ ଲକ୍ଷ ଟଙ୍କା ନେଇ ବୁଲେଟରେ ଯାଉଥିବା ସମୟରେ ସରକାରୀ କର୍ମଚାରୀ ଜଣଙ୍କୁ ଭିଜିଲାନ୍ସ ଅଟକ ରଖିଥିଲା। ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବର୍ତ୍ତମାନ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ କିଶୋର ଚନ୍ଦ୍ର ନାୟକଙ୍କୁ ଭଜିଳାନ୍ସ ଗିରଫ କରିଥିବା ସୂଚନା।

ଘଟଣାଟି ରାୟଗଡା ଜିଲ୍ଲାରୁ ସାମ୍ନାକୁ ଆସିଥିବାବେଳେ ୫ ଲକ୍ଷ ଟଙ୍କା ନେଇ ବୁଲେଟରେ ଯିବା ସମୟରେ ପିଛା କରି ଅରବିନ୍ଦ ନଗର ନିକଟରୁ କିଶୋର ଚନ୍ଦ୍ର ନାୟକଙ୍କୁ ଭିଜିଲାନ୍ସ ଟିମ ଧରିଥିଲା। ଭିଜିଲାନ୍ସ ତାଙ୍କୁ ଅଟକ ରଖି ପଚାରାଉଚରା ଜାରି କରିଥିବାବେଳେ ନଗଦ ୫ ଲକ୍ଷ ୪,୫୬୦ ଟଙ୍କା କେଉଁ ସୂତ୍ରରୁ ସେ ଆୟ କରିଛନ୍ତି, ସେନେଇ ରାୟଗଡ଼ା ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ କିଶୋର ଚନ୍ଦ୍ର ନାୟକ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ।

ଏହାପରେ ଭିଜିଲାନ୍ସ ଟିମ୍ ତାଙ୍କର ଭଡ଼ାଘରେ ଚଢ଼ାଉ କରି ସେଠାରୁ ନଗଦ ୬ ଲକ୍ଷ ୩୦ ହଜାର ଟଙ୍କା ମିଳିଥିଲା। ଏହିପରି ସମୁଦାୟ ନଗଦ ୧୧ ଲକ୍ଷ ୩୪, ୫୬୦ ଟଙ୍କା ଜବତକରିଥିଲା ଭିଜିଲାନ୍ସ ଟିମ୍। ରାୟଗଡ଼ାର ମଙ୍ଗଳା ମନ୍ଦିର ନିକଟରେ ଅବସ୍ଥିତ ତାଙ୍କ ଭଡ଼ାଘର, ଭୁବନେଶ୍ୱରର ପାତ୍ରପଡ଼ା କିଶୋର ବିହାର, ଲେନ୍-୨ରେ ଥିବା ତାଙ୍କ ପତ୍ନୀଙ୍କ ବାସଭବନ ଏବଂ ନବରଙ୍ଗପୁରର ମନ୍ତ୍ରୀଗୁଡ଼ାରେ ଥିବା ପୈତୃକ ଘରେ ଚଢ଼ାଉ କରିବା ପରେ ବର୍ତ୍ତମାନ ତାଙ୍କୁ ଭିଜିଲାନ୍ସ ଗିରଫ କରିଛି।

Leave A Reply

Your email address will not be published.