ଯୋଶୀମଠ ଭୂସ୍ଖଳନକୁ ନେଇ ଜରୁରୀ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ
ସୁପ୍ରିମକୋର୍ଟ କହିଲେ ଆସନ୍ତା ୧୬ ତାରିଖରେ ଏହାର ଶୁଣାଣି ହେବ
ଓଏଲ୍ ବ୍ୟୁରୋ : ଉତ୍ତରାଖଣ୍ଡ ସ୍ଥିତ ଯୋଶୀମଠ ଅଂଚଳର ବିପଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ଜମି ଧସିବା କାରଣରୁ ଘର ଓ ରାସ୍ତାଘାଟ ଫାଟି ଆଁ କରି ସାରିଲାଣି। ଅନେକ ଘର ଭୁଶୁଡିଗଲାଣି। ଏଭଳି ସ୍ଥିତି ପାଇଁ ଏହି ସ୍ଥାନର ବିପଦ ଆହୁରି ବଢ଼ିବାରେ ଲାଗିଛି। ଏହାକୁ ସାମ୍ନାରେ ରଖି ଯୋଶୀମଠର ସାଧୁ ସୁପ୍ରିମକୋର୍ଟରେ ଏହି ପ୍ରସଙ୍ଗରେ ଅପିଲ କରିଥିଲେ।
ସେଠାକାର ଲୋକଙ୍କ ଜୀବନକୁ ସୁନିଶ୍ଚିତ କରିବାକୁ ନେଇ ବିଚାର କରିବାକୁ କୋର୍ଟରେ ଆବେଦନ କରିଥିଲେ। ଯୋଶୀମଠ ଭୂସ୍ଖଳନକୁ ନେଇ ଜରୁରୀ ଶୁଣାଣି ପାଇଁ ମନା କଲେ ସୁପ୍ରିମ କୋର୍ଟ। କୋର୍ଟ କହିବା ଅନୁସାରେ ସବୁ କାର୍ଯ୍ୟ ପାଇଁ ସୁପ୍ରିମକୋର୍ଟ ଆସିବା ଜରୁରୀ ନୁହେଁ। ସୁପ୍ରିମ କୋର୍ଟ କହିଛନ୍ତି, ଏହି ମାମଲାର ଜଲ୍ଦି ଶୁଣାଣି ହୋଇ ପାରିବ ନାହିଁ। ଏହି ସବୁ ମାମଲା ପାଇଁ ଦେଶରେ ଗଣତାନ୍ତ୍ରିକ ନିର୍ବାଚିତ ସରକାର କାର୍ଯ୍ୟ କରୁଛନ୍ତି । ଆସନ୍ତା ୧୬ ତାରିଖରେ ଏହାର ଶୁଣାଣି ହେବ।
ସୂଚନା ଅନୁସାରେ ଉତ୍ତରାଖଣ୍ଡ ସ୍ଥିତ ଯୋଶୀମଠ ଅଂଚଳର ଭୂସ୍ଖଳନ କାରଣରୁ ପାଖାପାଖି ୬୦୦ରୁ ଅଧିକ ପରିବାର କ୍ଷତିଗ୍ରସ୍ତ ହୋଇଥିବାବେଳେ ୪୦୦୦ ଲୋକଙ୍କୁ ସୁରକ୍ଷିତ କରିବାକୁ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରୁଛନ୍ତି ସରକାର। ତେବେ ଲୋକଙ୍କ ସୁରକ୍ଷା ପାଇଁ ଭଙ୍ଗାଯାଉଛି ବିପଦ ଶଙ୍କୁଳ କୋଠା ।