Odisha Link
Bridging the Missing Links in Odisha

‘ଜାନୁଆରୀ ଶେଷ ସୁଦ୍ଧା ସମ୍ପତି ତାଲିକା ନଦେଲେ ଦରମା ବନ୍ଦ’

ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶ ଅନୁସାରେ, ଜାନୁଆରୀ ମାସ ଶେଷ ସୁଦ୍ଧା କୃଷି ବିଭାଗର ସମସ୍ତ କର୍ମଚାରୀ ନିଜର ସମ୍ପତି ତାଲିକା ଘୋଷଣା

ଓଏଲ୍‌ ବ୍ୟୁରୋ : କୃଷି ବିଭାଗର କର୍ମଚାରୀଙ୍କୁ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶ। ଚଳିତ ମାସ ଜାନୁଆରୀ ଶେଷ ସୁଦ୍ଧା ନିଜ ସମ୍ପତ୍ତି ତାଲିକା ଦାଖଲ କର। ନଚେତ ଫେବୃଆରୀର ଦରମା ବନ୍ଦ ହେବ ବୋଲି କୃଷି ବିଭାଗର କର୍ମଚାରୀଙ୍କୁ ଚେତାବନୀ ଦେଇଛି ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ।

ସୂଚନା ଅନୁସାରେ, ରାଜ୍ୟ ସରକାର ସମସ୍ତ ସରକାରୀ କର୍ମଚାରୀଙ୍କୁ ନିଜର ବାର୍ଷିକ ସମ୍ପତ୍ତି ତାଲିକା ପ୍ରତି ବର୍ଷ ଘୋଷଣା କରିବାକୁ କହିଥିଲେ ମଧ୍ୟ ଏହାକୁ ଖାତିର କରୁ ନାହାନ୍ତି ସରକାରୀ କର୍ମଚାରୀ। ନିର୍ଦ୍ଧାରିତ ସମୟ ସୀମା ପରେ ବି ଦାଖଲ କରୁ ନାହାନ୍ତି ନିଜ ସମ୍ପତ୍ତି ତାଲିକା। ତେବେ ଏହାକୁ ନେଇ ନିୟମ ମାନିବାକୁ ନିଜ କର୍ମଚାରୀଙ୍କୁ କଡା ଚେତାବନୀ ଦେବା ସହ କୃଷି ବିଭାଗର ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କ ପାଇଁ ସୋମବାର ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶ ଅନୁସାରେ, ଜାନୁଆରୀ ମାସ ଶେଷ ସୁଦ୍ଧା କୃଷି ବିଭାଗର ସମସ୍ତ କର୍ମଚାରୀ ନିଜର ସମ୍ପତି ତାଲିକା ଘୋଷଣା କରିବେ। ଯଦି ଏହା ନକରନ୍ତି ତେବେ ଫେବୃଆରୀ ମାସର ଦରମା ମିଳିବନି ବୋଲି କୃଷି ଓ କୃଷକ ସଶକ୍ତିକରଣ ବିଭାଗ କହିଛି।

Leave A Reply

Your email address will not be published.