Odisha Link
Bridging the Missing Links in Odisha

ନିରାମୟ କେନ୍ଦ୍ରରେ ଅବ୍ୟବସ୍ଥା, ନିଦ୍ରାରେ କର୍ମଚାରୀ

ଯେଉଁଥିରେ ଦୋକାନ ଭିତରେ ନିଦରେ ଶୋଇ ପଡ଼ିଛନ୍ତି ନିରାମୟ ଔଷଧ ଦୋକାନର କର୍ମଚାରୀ

ଓଏଲ୍‌ ବ୍ୟୁରୋ : ଚିକିତ୍ସା କ୍ଷେତ୍ରରେ ଦେଖା ଦେଇଛି ଅବ୍ୟବସ୍ଥା। ନିରାମୟ କେନ୍ଦ୍ରରେ ରୋଗୀଙ୍କୁ ଔଷଧ ଦେବାରେ ଅବହେଳା ଦେଖା ଦେଇଛି। ବ୍ରହ୍ମପୁର ଏମ୍‌କେସିଜି ଡାକ୍ତରଖାନରେ ଥିବା ନିରାମୟ କେନ୍ଦ୍ରର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦୋକାନ ଭିତରେ ନିଦରେ ଶୋଇ ପଡ଼ିଛନ୍ତି ନିରାମୟ ଔଷଧ ଦୋକାନର କର୍ମଚାରୀ। ଯେତେ ଡୋର ବାଡ଼େଇଲେ ବି ତାଙ୍କ ନିଦ ଭାଙ୍ଗୁ ନାହିଁ। ଔଷଧ ମାଗି ମାଗି ରୋଗୀଙ୍କ ସମ୍ପର୍କୀୟ ହାଲିଆ ହୋଇପଡିଥିବା ଭିଡିଓରୁ ଦେଖାଯାଉଛି।

ଭାଇରାଲ ହେଉଥିବା ଭିଡିଓରେ ରୋଗୀଙ୍କ ସମ୍ପର୍କୀୟ ଡାକ୍ତରଙ୍କ ପ୍ରେସକ୍ରିପସନ୍ ଦେଖାଇ ସଂପୃକ୍ତ କର୍ମଚାରୀଙ୍କୁ ଔଷଧ ଦେବାକୁ କହୁଛନ୍ତି। ନିରାମୟ କେନ୍ଦ୍ରରେ ଥିବା କର୍ମଚାରୀ ନିଦରେ ଶୋଇଥିବାରୁ ସେଥିପ୍ରତି ଆଦୌ ଧ୍ୟାନ ଦେଉନଥିବା ଦେଖିବାକୁ ମିଳୁଛି। ରୋଗୀଙ୍କ ସମ୍ପର୍କୀୟଙ୍କ ବ୍ୟସ୍ତତା ପ୍ରତି ତାଙ୍କର ଆଦୌ ସମ୍ବେଦନଶୀଳତା ନଥିବା ଦେଖାଯାଉଛି। ତେବେ ରୋଗୀଙ୍କ ସମ୍ପର୍କୀୟ ଜଣକ ଅନେକ ସମୟ ଧରି କର୍ମଚାରୀଙ୍କୁ ଡାକିବା ପରେ କର୍ମଚାରୀ ଜଣଙ୍କ ନିଦରୁ ଉଠୁଥିବା ଦେଖିବାକୁ ମିଳୁଛି। ରୋଗୀଙ୍କ ସମ୍ପର୍କୀୟଙ୍କ ପାଖରୁ ପ୍ରେସକ୍ରିପସନ୍ ନେଇ ଟେବୁଲ ଉପରେ ରଖି ନିରାମୟ କେନ୍ଦ୍ରର କର୍ମଚାରୀ ନିଜର ଅଳସ ଭିଡି ହେଉଛନ୍ତି।ତେବେ କିଛି ସମୟ ପରେ ଯାଇ ଔଷଧ ଦେଉଥିବା ଭିଡିଓରେ ଦେଖିବାକୁ ମିଳୁଛି।

Leave A Reply

Your email address will not be published.