Odisha Link
Bridging the Missing Links in Odisha

ଦ୍ୱାଦଶରେ ୭୫% ରଖିଲେ ଆଇଆଇଟି ଓ ଏନ୍ଆଇଟିରେ ନାମଲେଖା ଅନୁମତି

ଅନୁସୂଚିତ ଜାତି, ଜନଜାତିଙ୍କ ପାଇଁ ୬୫% ରଖିବା ଜରୁରୀ କହିଛି ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି

ଓଏଲ୍‌ ବ୍ୟୁରୋ : ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଏକ ନୂତନ ନିୟମ ଜାରି କରାଯାଇଛି। ଆଇଆଇଟି, ଏନଆଇଟିରେ ନାମଲେଖା ପାଇଁ ହେଲେ ଛାତ୍ରଛାତ୍ରୀଙ୍କୁ ଯୁକ୍ତ ୨ରେ ୭୫% ମାର୍କ ରଖିବା ଜରୁରୀ। ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଦ୍ୱାଦଶରେ ୭୫ ପ୍ରତିଶତ ରଖିଲେ ସାଧାରଣ ବର୍ଗର ପିଲାଙ୍କୁ ନାମଲେଖା ପାଇଁ ଅନୁମତି ମିଳିବ। ସେଇଭଳି ଅନୁସୂଚିତ ଜାତି, ଜନଜାତିଙ୍କ ପାଇଁ ୬୫% ରଖିବା ଜରୁରୀ କହିଛି ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି।

ପୂର୍ବରୁ ଜେଇଇ ମେନ୍ ଆଧାରରେ ନାମ ଲେଖା କାର୍ଯ୍ୟକ୍ରମ ହେଉଥିଲା। ବର୍ତ୍ତମାନ ଯେଉଁମାନେ ଜେଇଇ ମେନ୍ ଆଧାରରେ ରାଙ୍କ ହାସଲ କରି ଆଇଆଇଟି, ଏନଆଇଟି ଓ ସିଏଫଟିଆଇରେ ନାମଲେଖା ପାଇଁ ଯୋଗ୍ୟ ବିବେଚିତ ହେବେ ସେମାନେ ୭୫ ପ୍ରତିଶତ ମାର୍କ ରଖିଲେ ହିଁ ନାମଲେଖାଇବାକୁ ସୁଯୋଗ ପାଇବେ ବୋଲି ଏନଟିଏ ପକ୍ଷରୁ ସୂଚନା ଜାରି କରାଯାଇଛି। ଏହାଛଡା ଯେଉଁ ଛାତ୍ରଛାତ୍ରୀ ମାନେ ଦ୍ୱାଦଶ ପରୀକ୍ଷାରେ ଟପ୍ ୨୦ରେ ଥିବେ ସେମାନଙ୍କୁ ଅନୁମତି ମିଳିବ। ଆଇଆଇଟି, ଏନଆଇଟି ଓ ସିଏଫଟିଆଇରେ ନାମଲେଖାଇବା ପାଇଁ ମାନଦଣ୍ଡରେ ପରିବର୍ତ୍ତନ ପାଇଁ ଦାବି ହୋଇ ଆସୁଥିବାବେଳେ ଶିକ୍ଷା ମନ୍ତ୍ରାଳୟ ଏଥିରେ ସଂଶୋଧନ ଆଣିଛି।

Leave A Reply

Your email address will not be published.