Odisha Link
Bridging the Missing Links in Odisha

ଲାଞ୍ଚ ନେଲା ବେଳେ ଧରା ପଡିଲେ ପୁରୀର ଚର୍ଚ୍ଚିତ ଅବକାରୀ ଅଧିକାରୀ

୧୮ ହଜାର ଟଙ୍କା ଦାବି କରି ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ସଞ୍ଜୟ ପଣ୍ଡାକୁ ଧରିବାରେ ସକ୍ଷମ

ଓଏଲ୍‌ ବ୍ୟୁରୋ : ଭିଜିଲାନ୍ସ ପଞ୍ଝାରେ ପୁରୀର ଅବକାରୀ ଅଧିକାରୀ ସଞ୍ଜୟ କୁମାର ପଣ୍ଡା। କେସ୍ ଡାଏରୀ ଦାଖଲ କରିବାକୁ ୧୮ ହଜାର ଟଙ୍କା ଦାବି କରି ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ସଞ୍ଜୟ ପଣ୍ଡାକୁ ଧରିବାରେ ସକ୍ଷମ ହୋଇଛି। ତେବେ ଭିଜିଲାନ୍ସ ଅଭିଯୋଗକାରୀଙ୍କ ଅଭିଯୋଗ କ୍ରମେ ସଞ୍ଜୟ ପଣ୍ଡାଙ୍କ ବିରୋଧରେ ମାମଲା ରୁଜୁ କରିବା ପରେ ପୁରୀ ସରକାରୀ ବାସଭବନ, ପୈତୃକ ଘର ଓ ଅନ୍ୟସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ। ଲାଞ୍ଚ ନେବା ଅଭିଯୋଗ ଆଧାରରେ ଭିଜିଲାନ୍ସ ସଞ୍ଜୟଙ୍କୁ ଗିରଫ କରିଥିବା ଜଣା ପଡିଛି।

ସୂଚନା ଅନୁସାରେ, ପୂର୍ବରୁ ସେ ଅଭିଯୋଗ କରିଥିଲେ ଯେ ପୁରୀ ଜିଲ୍ଲାରେ ଥାନା ଅଧିକାରୀମାନେ ନିଶା ମାଫିଆଙ୍କ ନିକଟରୁ ମାସିକିଆ ଟଙ୍କା ସଂଗ୍ରହ କରୁଛନ୍ତି। ଫଳରେ ତଦନ୍ତ ପ୍ରକ୍ରିୟାରେ ଅବକାରୀ ବିଭାଗ ପ୍ରଭାବିତ ହେଉଛି ବୋଲି ଅଭିଯୋଗ ଆଣିବା ସହ ସଞ୍ଜୟ ପଣ୍ଡା ଅବକାରୀ କମିଶନରଙ୍କୁ ଚିଠି ଲେଖିଥିଲେ। ଏହାକୁ ନେଇ ପୂର୍ବରୁ ପୁରୀ ମୋବାଇଲ ଅବକାରୀ ସ୍କ୍ୱାଡ୍‌ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା ଚର୍ଚ୍ଚାକୁ ଆସିଥିବାବେଳେ କିନ୍ତୁ ଆଜି ସେ ନିଜେ ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

Leave A Reply

Your email address will not be published.