Odisha Link
Bridging the Missing Links in Odisha

ଲୁହା ବିମ୍‌ ପଡି ୨ ଶ୍ରମିକ ମୃତ

ମୃତ ଦୁଇ ଶ୍ରମିକ ହେଲେ ଗଞ୍ଜାମ ଜିଲ୍ଲା ତିରିସିଂହ ଗାଁର ରାମେଶ୍ୱର ଦିହୁଡ଼ି ଓ ବଡ଼ମ୍ବା ନରସିଂହପୁରର ପ୍ରମୋଦ ମହାରଣା

ଓଏଲ୍‌ ବ୍ୟୁରୋ : ଆଜି ସକାଳୁ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ରୋହିବାଙ୍କ ସ୍ଥିତ ଏକ ରାଇସ ମିଲ୍‌ରେ ଅଭାବନୀୟ ଘଟଣା ଘଟିଥିବା ଜଣା ପଡିଛି। ୨ ଶ୍ରମିକ ରାଇସ ମିଲ୍‌ରେ କାମ କରୁଥିବା ବେଳେ ସେମାନଙ୍କ ମୃତ୍ୟୁ ଘଟିଛି। ରାଇସ ମିଲ୍‌ରେ କାମ କରୁଥିବା ସମୟରେ ଚାଉଳ ବସ୍ତା ଉପରେ ଲୁହା ବିମ୍‌ ଖସିପଡ଼ିବାରୁ ଚାଉଳ ବସ୍ତା ତଳେ ଚାପିହୋଇ ୨ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ଦୁଇ ଶ୍ରମିକ ହେଲେ ଗଞ୍ଜାମ ଜିଲ୍ଲା ତିରିସିଂହ ଗାଁର ରାମେଶ୍ୱର ଦିହୁଡ଼ି ଓ ବଡ଼ମ୍ବା ନରସିଂହପୁରର ପ୍ରମୋଦ ମହାରଣା।

ସୂଚନା ଅନୁସାରେ, ଆଜି ସକାଳେ ରାଇସ ମିଲ୍‌ରେ ୨ ଶ୍ରମିକ ପ୍ରମୋଦ ଓ ରାମେଶ୍ୱରଙ୍କ ସହ କିଛି ଶ୍ରମିକ କାମ କରୁଥିଲେ। ଏହି ସମୟରେ ହଠାତ୍ ଲୁହା ବିମ୍‌ ଚାଉଳ ବସ୍ତା ଉପରେ ଖସିପଡିଥିଲା ଏବଂ ପ୍ରମୋଦ ଓ ରାମେଶ୍ୱର ଚାଉଳ ବସ୍ତା ତଳେ ଚାପି ହୋଇଯାଇଥିଲେ। ଘଟଣା ସ୍ଥଳରେ ଥିବା ଅନ୍ୟ ଶ୍ରମିକମାନେ ସେମାନଙ୍କୁ ଉଦ୍ଧାର କରି ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ୨ ଶ୍ରମିକ ପ୍ରମୋଦ ଓ ରାମେଶ୍ୱରଙ୍କୁ ଡାକ୍ତର ଚିକିତ୍ସାଳୟରେ ମୃତ ଘୋଷଣା କରିଥିବା ଜଣା ପଡିଛି।

Leave A Reply

Your email address will not be published.