Odisha Link
Bridging the Missing Links in Odisha

ରାଉରକେଲା ଷ୍ଟାଡିୟମ ବିଶ୍ୱରେ ବୃହତ୍ତମ : ଅନ୍ତର୍ଜାତୀୟ ହକି ମହାସଂଘ

ଷ୍ଟାଡିୟମ୍‌ର ଦର୍ଶକ କ୍ଷମତା ୨୦,୦୦୦ରୁ ବଢ଼ି ୨୧, ୮୦୦ରେ ପହଞ୍ଚିଛି

ଓଏଲ୍‌ ବ୍ୟୁରୋ : ଓଡ଼ିଶାର ରାଉରକେଲା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍‌ର ଉଦଘାଟନ ପରଠୁ ଗୋଟିଏ ବିତର୍କ ଲାଗି ରହିଥିଲା। ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍‌ ବିଶ୍ବର ସର୍ବବୃହତ ଷ୍ଟାଡିୟମ୍‌ କି ନୁହେଁ ବୋଲି କିଛି ଦିନ ହେବ ଏହାକୁ ନେଇ ବିବାଦ ଲାଗି ରହିଥିଲା। ଏପରିକି ବିରୋଧୀ ସରକାରଙ୍କୁ ସମାଲୋଚନା କରିଥିଲେ। ଏସବୁ ମଧ୍ୟରେ ଏହି ବିତର୍କରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଅନ୍ତର୍ଜାତୀୟ ହକି ମହାସଂଘ ସଭାପତି ତୟାବ ଇକ୍ରାମ୍‌।

ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ବିର୍ସା ମୁଣ୍ଡା ଷ୍ଟାଡିୟମ୍‌, ଖେଳାଳିଙ୍କ ପାଇଁ ଉଦ୍ଦିଷ୍ଟ ଅତ୍ୟାଧୁନିକ ସୁବିଧା, ସର୍ବୋପରି ଏଠାରେ ଦର୍ଶକଙ୍କ ଭିଡ଼ ଓ ଉତ୍ସାହ ଉପଭୋଗ୍ୟ। ଏ ବିଶ୍ବକପ୍‌ କେବଳ ଏକ ପ୍ରତିଯୋଗିତା ନୁହେଁ, ମହୋତ୍ସବ ପାଲଟିଛି। ଭାରତ ଖେଳୁନଥିବା ମ୍ୟାଚ୍‌ରେ ବି ଷ୍ଟାଡିୟମରେ ଦର୍ଶକ ଭରିଯାଉଛନ୍ତି। ଏହା ପ୍ରମାଣିତ କରୁଛି ହକି କ’ଣ କରିପାରେ। ଷ୍ଟାଡିୟମ୍‌ର ଦର୍ଶକ କ୍ଷମତା ୨୦,୦୦୦ରୁ ବଢ଼ି ୨୧, ୮୦୦ରେ ପହଞ୍ଚିଛି।

ବସିବା ବ୍ୟବସ୍ଥାର ବଡ଼ ହକି ଷ୍ଟାଡିୟମ୍‌ ଆଉ କେଉଁଠି ନାହିଁ। ବିଗତ ୪ ଦଶନ୍ଧି ହେଲା ମୁଁ କ୍ରୀଡ଼ା ସହ ସଂଶ୍ଲିଷ୍ଟ। କିନ୍ତୁ ଏଭଳି ଭିତ୍ତିଭୂମି କେଉଁଠି ବି ଦେଖିନି। ବିଭିନ୍ନ ଦଳର ପ୍ରଶିକ୍ଷକ, ଖେଳାଳିଙ୍କୁ ଭେଟିଛି, ସେମାନେ ବେଶ୍‌ ଖୁସି ଅଛନ୍ତି। ବସିବା ବ୍ୟବସ୍ଥା ଥାଇ ବିଶ୍ବରେ ଆଉ କେଉଁଠି ଏହାଠୁ ବଡ଼ ହକି ଷ୍ଟାଡିୟମ୍‌ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ତୟାବ।

Leave A Reply

Your email address will not be published.