ଚୀନରେ କରୋନାର କରାଳ ରୂପ; ୮୦ ପ୍ରତିଶତ ଲୋକ ସଂକ୍ରମିତ
ପାଖାପାଖି ୧୩ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନାରୁ ଜଣାପଡିଛି

ଓଏଲ୍ ବ୍ୟୁରୋ : ଚୀନରେ ଦ୍ରୁତ ଗତିରେ ବୃଦ୍ଧି ପାଇଛି କରୋନା ସଂକ୍ରମଣ। ଏହି ସଂକ୍ରମଣକୁ ନେଇ ସାରା ବିଶ୍ୱବାସୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଚୀନରେ କରୋନା ସ୍ଥିତି ଏତେ ଭୟଙ୍କର ରୂପ ନେବାରେ ଲାଗିଛି ଯେ ପ୍ରତି ସପ୍ତାହରେ ହଜାର ହଜାର ଲୋକଙ୍କ ଜୀବନ ଯାଉଛି। ମିଳିଥିବା ଖବର ଅନୁସାରେ, ଚୀନରେ ଏବେ ସୁଦ୍ଧା ୮୦ ପ୍ରତିଶତ ଲୋକ କରୋନାରେ ସଂକ୍ରମିତ ହୋଇସାରିଲେଣି।
ଗତ ଏକ ସପ୍ତାହରେ ପାଖାପାଖି ୧୩ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନାରୁ ଜଣାପଡିଛି। ଏଭଳି ସଂଗୀନ ପରିସ୍ଥିତ ଚୀନ ବାସିନ୍ଦାଙ୍କ ଚିନ୍ତା ବଢ଼ାଇବାରେ ଲାଗିଛି। ଚୀନର ନ୍ୟାସନାଲ ହେଲ୍ଥ କମିଶନ ମେଡିକାଲ ଅଫେୟାର ଡିପାର୍ଟମେଣ୍ଟର ଡାଇଲେକ୍ଟର କହିଛନ୍ତି, ଗତ ଡିସେମ୍ବର ୮ତାରିଖରୁ ଚଳିତ ମାସ ୧୨ତାରିଖ ଭିତରେ ୫୯,୯୩୮ ଲୋକଙ୍କ କରୋନାରେ ମୃତ୍ୟୁ ହୋଇଛି। ମାତ୍ର ଗୋଟିଏ ମାସ ମଧ୍ୟରେ ପାଖାପାଖି ୬୦ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି। ଚୀନରେ ହୁ ହୁ ହୋଇ ବୃଦ୍ଧି ପାଉଥିବା କରୋନା ସଂକ୍ରମଣରେ ସ୍ଥିତି ଭୟଙ୍କର ରୂପ ଧାରଣ କରିଛି।