Odisha Link
Bridging the Missing Links in Odisha

ପାଇଖାନା ଟାଙ୍କିରୁ ଉଦ୍ଧାର ହେଲା ନିଖୋଜ ବ୍ୟକ୍ତିଙ୍କ କଙ୍କାଳ

୨୦୨୦ ମସିହା ଜୁନ ମାସରୁ  ଅଢେଇ ବର୍ଷ ହେବ ସୁନ୍ଦରଗଡ ଜିଲ୍ଲା ଲହୁଣୀପଡାର ଆମତାପାଳିର ଡମ୍ବରୁଧର ପାତ୍ର ନିଖୋଜ ଥିଲେ

ଓଏଲ୍ ବ୍ୟୁରୋ : ଅଢେଇ ବର୍ଷ ପରେ ପାଇଖାନା ଟାଙ୍କିରୁ ଉଦ୍ଧାର ହେଲା ମୃତ ବ୍ୟକ୍ତିଙ୍କ କଙ୍କାଳ। ଉଦ୍ଧାର ହୋଇଥିବା କଙ୍କାଳଟି ହେଉଛି ସୁନ୍ଦରଗଡ ଜିଲ୍ଲା ଲହୁଣୀପଡାର ଆମତାପାଳିର ଡମ୍ବରୁଧର ପାତ୍ର ଯିଏକି ଅଢେଇ ବର୍ଷ ହେବ ନିଖୋଜ ଥିଲେ। ନିଖୋଜ ବ୍ୟକ୍ତିଙ୍କ କଙ୍କାଳ ଝାରସୁଗୁଡା ବନହରପାଲିି ପୁଲିସ ଉଦ୍ଧାର କରିଛି। ଏହି ଘଟଣାରେ ମୃତ ବ୍ୟକ୍ତିଙ୍କ ସ୍ତ୍ରୀ ଏବଂ ତାଙ୍କ ଶଳା ସନ୍ଦେହ ଘେରରେ ଥିବା ଜଣା ପଡିଛି।

ସୂଚନା ଅନୁସାରେ, ୨୦୨୦ ମସିହା ଜୁନ ମାସରୁ  ଅଢେଇ ବର୍ଷ ହେବ ସୁନ୍ଦରଗଡ ଜିଲ୍ଲା ଲହୁଣୀପଡାର ଆମତାପାଳିର ଡମ୍ବରୁଧର ପାତ୍ର ନିଖୋଜ ଥିଲେ। ନିଖୋଜ ପରେ ଡମ୍ପୁରୁଧରଙ୍କୁ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକ୍ରମେ ପୁଲିସ ଘଟଣାର ତଦନ୍ତ କରି ଡମ୍ପୁରୁଧରଙ୍କ କଙ୍କାଳ ଉଦ୍ଧାର କରିଛି। ହତ୍ୟାର କାରଣ ସ୍ପଷ୍ଟ ହୋଇନଥିବାବେଳେ ଡମ୍ପୁରୁଧରଙ୍କୁ ତାଙ୍କ ସ୍ତ୍ରୀ ଦମୟନ୍ତୀ ନାୟକ ଓ ଶଳା ଲମ୍ବୋଧର ନାୟକ ହତ୍ୟା କରିଥିବା କୁହାଯାଉଛି। ତେବେ ସନ୍ଦେହ ଘେରରେ ଥିବା ତାଙ୍କ ସ୍ତ୍ରୀ ଓ ଶଳାଙ୍କୁ ପୁଲିସ ଅଟକ ରଖି ପଚାରଉଚରା ଜାରି କରିଛି।

Leave A Reply

Your email address will not be published.