Odisha Link
Bridging the Missing Links in Odisha

ଭୁବନେଶ୍ୱର ବରମୁଣ୍ଡାରେ ଜଳିଗଲା ବସ୍

ନିଆଁ ଲାଗି ହୁତ୍ ହୁତ୍ ହୋଇ ଜଳିଥିବା ଗାଡ଼ିର ନାମ ହେଉଛି 'ଖଣ୍ଡାଧାର କୁଇନ'

ଓଏଲ୍ ବ୍ୟୁରୋ : ହଠାତ୍ ନିଆଁ ଲାଗି ଜଲିଗଲା ବସ୍। ରାଜଧାନୀ ଭୁବନେଶ୍ଵରର ବରମୁଣ୍ଡା ବସଷ୍ଟାଣ୍ଡରେ ଏକ ବସରେ ନିଆଁ ଲାଗିଯାଇଥିବା ଖବର ସାମ୍ନାକୁ ଆସିଛି। ନିଆଁ ଲାଗି ହୁତ୍ ହୁତ୍ ହୋଇ ଜଳିଥିବା ଗାଡ଼ିର ନାମ ହେଉଛି ‘ଖଣ୍ଡାଧାର କୁଇନ’। ବରମୁଣ୍ଡା ବସଷ୍ଟାଣ୍ଡରେ ବସ ଛିଡା ହୋଇଥିବାବେଳେ ନିଆଁ ଲାଗିଥିବା ଜଣା ପଡ଼ିଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ କରିଥିଲେ। ଶେଷରେ ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲା ଅଗ୍ନିଶମ ବାହିନୀ। ନିଆଁ ଲାଗିବାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ।

Leave A Reply

Your email address will not be published.