Odisha Link
Bridging the Missing Links in Odisha

ବଦଳିବ ସ୍କୁଲ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଡ୍ରେସ୍‌କୋଡ

ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶିକ୍ଷୟିତ୍ରୀ ମଠା ରଙ୍ଗର ଶାଢ଼ି ପିନ୍ଧିବେ, ଯେଉଁଥିରେ ମେରୁନ୍‌ ବର୍ଡର ରହିବ

ଓଏଲ୍ ବ୍ୟୁରୋ : ଏକପ୍ରକାର ପୋଷାକ ପିନ୍ଧିବେ ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀ। ବଦଳିବ ସ୍କୁଲ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଡ୍ରେସ୍‌କୋଡ। ବହୁ ବର୍ଷ ଧରି ଘୋଷଣାରେ ଅଟକିଥିବା ଏହି ପ୍ରସ୍ତାବକୁ ୨୦୨୩-୨୪ ଶିକ୍ଷାବର୍ଷରୁ ଲାଗୁ କରିବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁ୍ତ କରିଥିବା ଜଣା ପଡ଼ିଛି। ଗୋଟିଏ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଭିନ୍ନଭିନ୍ନ ରଙ୍ଗର ପୋଷାକ ପିନ୍ଧୁଥିବାରୁ ପରସ୍ପର ମଧ୍ୟରେ ଭେଦଭାବ ସୃଷ୍ଟି ହେଉଛି।

ପୂର୍ବରୁ ଥିବା ଡ୍ରେସ୍ କୋର୍ଡ ନିୟମରେ ସଂଶୋଧନ ଅଣାଯାଇ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଥିବା କମ୍ପୋଜିଟ୍‌ ସ୍କୁଲରେ ପ୍ରାଥମିକ ଶିକ୍ଷୟିତ୍ରୀଙ୍କ ଲାଗି ଥିବା ଗୋଲାପି ଡ୍ରେସ୍‌କୋଡ୍‌ ଉଠିଯିବ। ତା’ ବଦଳରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶିକ୍ଷୟିତ୍ରୀ ମଠା ରଙ୍ଗର ଶାଢ଼ି ପିନ୍ଧିବେ, ଯେଉଁଥିରେ ମେରୁନ୍‌ ବର୍ଡର ରହିବ। ବର୍ତମାନ ଶିକ୍ଷୟିତ୍ରୀମାନେ ଗୋଲାପି ଶାଢ଼ି ଓ କଳା ବ୍ଲାଉଜ୍‌ ପରିଧାନ କରୁଛନ୍ତି।

ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ କଳା ପ୍ୟାଣ୍ଟ ଓ ନୀଳ ସାର୍ଟ ପିନ୍ଧୁଛନ୍ତି। ଶିକ୍ଷକଙ୍କ ଧଳା ସାର୍ଟକୁ କଳା ପ୍ୟାଣ୍ଟ ହେବ। ପ୍ରା‌ଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟଗୁଡ଼ିକୁ ଗୋଟିଏ କ୍ୟାମ୍ପସକୁ ଅଣାଯାଇ ଥିବାରୁ ଡ୍ରେସ୍‌‌କୋଡ୍ ପରିବର୍ତ୍ତନ ନେଇ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି।

Leave A Reply

Your email address will not be published.