Odisha Link
Bridging the Missing Links in Odisha

ରେଳ ଭିତରେ ଦମ୍ପତିଙ୍କୁ ନିଶା ଦେଇ ଲୁଟ୍ କଲେ ଦୁର୍ବୁତ୍ତ

ଲୁଟର ଶିକାର ହୋଇଥିବା ଯାତ୍ରୀ ହେଉଛନ୍ତି ଜଗତସିଂହପୁର ଜନାର୍ଦ୍ଦନପୁର ଗାଁର ଦମ୍ପତି

ଓଏଲ୍‌ ବ୍ୟୁରୋ : ରେଳରେ ଯାତ୍ରା କରିବା ସମୟରେ ଯାତ୍ରୀଙ୍କୁ ନିଶା ଦେଇ ଲୁଟ୍ ହୋଇଥିବା ଖବର ସାମ୍ନାକୁ ଆସିଛି। ଲୁଟର ଶିକାର ହୋଇଥିବା ଯାତ୍ରୀ ଦୁଇଜଣ ଦିଲ୍ଲୀରୁ ପୁରୁଷୋତ୍ତମ ଏକ୍ସପ୍ରେସରେ ଫେରୁଥିବାବେଳେ ତାଙ୍କ ଠାରୁ ମୋବାଇଲ ଓ ଟଙ୍କା ଲୁଟ୍ ହୋଇଥିବା ଜଣା ପଡିଛି।

ଲୁଟର ଶିକାର ହୋଇଥିବା ଯାତ୍ରୀ ହେଉଛନ୍ତି ଜଗତସିଂହପୁର ଜନାର୍ଦ୍ଦନପୁର ଗାଁର ଦମ୍ପତି। ନିଶା ଦେଇ ଲୁଟ କରିବା ପରେ ଦମ୍ପତି ଦୁଇ ଜଣ ଅଚେତ ହୋଇପଡିଥିଲେ। ଦମ୍ପତିଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି।

Leave A Reply

Your email address will not be published.