କଟକ ବଡ଼ ମେଡିକାଲରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ !
ରୋଗୀଙ୍କ ମୃତ୍ୟୁ ଅକ୍ସିଜେନ ଅଭାବରୁ ହୋଇଥିବା ଅଭିଯୋଗ।

ଓଏଲ୍ ବ୍ୟୁରୋ : କାଲି ଶ୍ୱାସଜନିତ ସମସ୍ୟା ପାଇଁ ବାଲେଶ୍ୱରର ଜଣେ ରୋଗୀ କଟକ ବଡ଼ ମେଡିକାଲକୁ ଚିକିତ୍ସା ପାଇଁ ଆସିଥିଲେ। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି। କଟକ ଏସସିବି ମେଡିକାଲର ପୁରୁଣା ମେଡିସିନ୍ ୱାର୍ଡରେ ତାଙ୍କର ମୃତ୍ୟୁ ହୋଇଛି। ଚିକିତ୍ସା ଅଭାବରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ରୋଗୀଙ୍କ ମୃତ୍ୟୁ ଅକ୍ସିଜେନ ଅଭାବରୁ ହୋଇଥିବା ଅଭିଯୋଗ। ରୋଗୀଠାରୁ ଅକ୍ସିଜେନ୍ କାଢ଼ି ନିଆଯିବାରୁ ମୃତ୍ୟୁ ଘଟିଥିବା ଅଭିଯୋଗ ସାମ୍ନାକୁ ଆସିଛି। ରୋଗୀକୁ ଗୋଟିଏ ୱାର୍ଡରୁ ଅନ୍ୟ ୱାର୍ଡକୁ ସିଫ୍ଟ ବେଳେ ଅକ୍ସିଜେନ କାଢି ନିଆଯାଇଥିବାରୁ ତାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି।
ତେବେ ଏହି ଘଟଣାକୁ ନେଇ କଟକ ଏସସିବିର ପ୍ରଶାସନିକ ଅଧିକାରୀ ଅବିନାଶ ରାଉତ କହିଛନ୍ତି ଯେ, ଅଭିଯୋଗର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇ ଘଟଣାର ତଦନ୍ତ କରାଯିବ। ଘଟଣାର ତଦନ୍ତ ପରେ ସେଥିରେ ଯାହାର ସଂପୃକ୍ତି ଥିବ ତାଙ୍କ ଉପରେ ସଠିକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କଟକ ଏସସିବିର ପ୍ରଶାସନିକ ଅଧିକାରୀ କହିଛନ୍ତି ।