Odisha Link
Bridging the Missing Links in Odisha

ଜଙ୍ଗଲରୁ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ

ଥାନା ଡେଢେଲ ଗାଁ ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର ହେବା ପରେ ପୁଲିସ ଘଟଣାର ତଦନ୍ତ ଜାରି କରିଛି

ଓଏଲ୍ ବ୍ୟୁରୋ : ଟିଟିଲାଗଡ଼ର ସଇଁତଳା ଥାନା ଡେଢେଲ ଗାଁ ଜଙ୍ଗଲରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଜଙ୍ଗଲରୁ ଉଦ୍ଧାର ହୋଇଛି ମହିଳାଙ୍କ ମୃତଦେହ। ଅର୍ଦ୍ଧଦଗ୍ଧ ଅବସ୍ଥାରେ ଜଙ୍ଗଲରୁ ମହିଳାଙ୍କ ମୃତ ଶରୀର ପୁଲିସ ଉଦ୍ଧାର କରିଥିବା ସୂଚନା ମିଳିଛି।

ଟିଟିଲାଗଡ଼ର ସଇଁତଳା ଥାନା ଡେଢେଲ ଗାଁ ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର ହେବା ପରେ ପୁଲିସ ଘଟଣାର ତଦନ୍ତ ଜାରି କରିଛି। ଅର୍ଦ୍ଧଦଗ୍ଧ ଅବସ୍ଥାରେ ଜଙ୍ଗଲରୁ ଉଦ୍ଧାର ହୋଇଥିବା ମହିଳାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା କୁହାଯାଉଛି। ଏହି ଘଟଣାକୁ ନେଇ ସେଠାରେ ଲୋକମାନଙ୍କ ମଧ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବା ଜଣା ପଡିଛି।

Leave A Reply

Your email address will not be published.