Odisha Link
Bridging the Missing Links in Odisha

ଓଡ଼ିଶାର ସମ୍ଭବ ମିଶ୍ର ପାଇଲେ ରାଷ୍ଟ୍ରୀୟ ବାଲ୍ ପୁରସ୍କାର

ଚଳିତବର୍ଷ ୧୧ ଜଣଙ୍କୁ ମିଳିଛି ରାଷ୍ଟ୍ରୀୟ ବାଲ୍ ପୁରସ୍କାର

ଓଏଲ୍ ବ୍ୟୁରୋ : ଗତକାଲି ମହାମହିମ ରାଷ୍ଟ୍ରପତିଙ୍କ ଦ୍ଵାରା ରାଷ୍ଟ୍ରୀୟ ବାଲ୍ ପୁରସ୍କାର ବିଜେତାଙ୍କୁ ସମ୍ମାନିତ କରାଯାଇଥିଲା। ସୂଚନା ଅନୁସାରେ, ଚଳିତବର୍ଷ ୧୧ ଜଣଙ୍କୁ ମିଳିଛି ରାଷ୍ଟ୍ରୀୟ ବାଲ୍ ପୁରସ୍କାର। ୧୧ ଜଣଙ୍କ ମଧ୍ୟରେ ଓଡିଶାର ସମ୍ଭବ ମିଶ୍ର ସ୍ଥାନ ପାଇ ପୁରସ୍କୃତ ହୋଇଛନ୍ତି। ଓଡ଼ିଶାର ସମ୍ଭବ ମିଶ୍ର କଳା ଓ ସଂସ୍କୃତି କ୍ଷେତ୍ରରେ ପୁରସ୍କାର ପାଇ ସମ୍ମାନିତ ହୋଇ ଓଡ଼ିଶା ପାଇଁ ଗୌରବ ଆଣି ଦେଇଛନ୍ତି।

ଗତକାଲି ରାଷ୍ଟ୍ରପତି ରାଷ୍ଟ୍ରୀୟ ବାଲ୍ ପୁରସ୍କାର ବିଜେତାଙ୍କୁ କରିଥିଲେ ସମ୍ମାନିତ। ୨୦୨୩ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ବିଜେତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେଟିବେ ବୋଲି ସୂଚନା ମିଳିଛି। ଆଜି ଅପରାହ୍ନ ୪ଟା ସମୟରେ ୧୧ ଜଣ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ବିଜେତାଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ।

Leave A Reply

Your email address will not be published.