Odisha Link
Bridging the Missing Links in Odisha

ଆଜି ଡଟ୍‌ ଫେଷ୍ଟର ଶେଷ ସନ୍ଧ୍ୟା

ଡଟ୍‌ ଫେଷ୍ଟର ଶେଷ ଦିନରେ ଦର୍ଶକଙ୍କ ମନକୁ ଛୁଇଁବ ବିଶିଷ୍ଟ କଣ୍ଠଶିଳ୍ପୀ ସୁଖବିନ୍ଦର ସିଂ, ଅରୁନୀତା କାଞ୍ଜିଲାଲ୍‌ ଓ ପୱନ ଦୀପଙ୍କ ସଂଗୀତ

ଓଏଲ୍ ବ୍ୟୁରୋ : ଶୀତୁଆ ସନ୍ଧ୍ୟାରେ ଝୁମୁଛି ରାଜଧାନୀ ଭୁବନେଶ୍ୱର। ରାଜଧାନୀ ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ଆୟୋଜିତ ଡଟ୍‌ ଫେଷ୍ଟର ମଜା ନେଉଛନ୍ତି ଦର୍ଶକ। ଡଟ୍‌ ଫେଷ୍ଟ ୧୦ଦିନ ହେବ ଆରମ୍ଭ ହୋଇଥିବାବେଳେ ଆଜି ହେଉଛି ଏହାର ଶେଷ ଦିନ।

ଡଟ୍‌ ଫେଷ୍ଟର ଶେଷ ଦିନରେ ଦର୍ଶକଙ୍କ ମନକୁ ଛୁଇଁବ ବିଶିଷ୍ଟ କଣ୍ଠଶିଳ୍ପୀ ସୁଖବିନ୍ଦର ସିଂ, ଅରୁନୀତା କାଞ୍ଜିଲାଲ୍‌ ଓ ପୱନ ଦୀପଙ୍କ ସଂଗୀତ। ଡିଆଇଡି-୧ର ବିଜେତା ଡ୍ୟାନ୍ସର ସଲ୍‌ମାନ୍‌ ୟୁସୁଫ୍‌ ଖାନ୍‌ ଷ୍ଟେଜ ଉପରେ ନିଜର ନୃତ୍ୟର ଚମକ ପ୍ରଦର୍ଶନ ଦେଖାଇବେ। ଡଟ୍‌ ଫେଷ୍ଟରେ ପ୍ରତିଦିନ ଷ୍ଟେଜରେ ଭିନ୍ନ ଭିନ୍ନ ବିଶିଷ୍ଟ କଣ୍ଠଶିଳ୍ପୀଙ୍କୁ ଦେଖିବାକୁ ମିଳୁଥିବାବେଳେ ଭିନ୍ନ ଭିନ୍ନ ଖାଦ୍ୟର ମଜା ନେଉଛନ୍ତି ଦର୍ଶକ।

ଓଡ଼ିଶାର ବିଶିଷ୍ଟ କଣ୍ଠଶିଳ୍ପୀଙ୍କ ଠାରୁ ଆରମ୍ଭ କରି ବଲିଉଡର ଅନେକ କଳାକାର ଡଟ୍‌ ଫେଷ୍ଟରେ ନିଜର କଳା ପ୍ରଦର୍ଶନ କରି ଦର୍ଶକଙ୍କ ମନକୁ ଛୁଇଁ ଥିବା ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.