Odisha Link
Bridging the Missing Links in Odisha

ଛକାର ଶତକ ପୂରଣ କଲେ ସୂର୍ଯ୍ୟକୁମାର, ପ୍ରଥମ ଭାରତୀୟ ଖେଳାଳି ଭାବେ ରଚିଲେ ଇତିହାସ

ଓଏଲ୍‌ ବ୍ୟୁରୋ: ଟିମ୍‌ ଇଣ୍ଡିଆର ଷ୍ଟାର କ୍ରିକେଟର ସୂର୍ଯ୍ୟକୁମାର ଯାଦବ ୨୦୨୧ ମାର୍ଚ୍ଚ ମାମସରେ ଭାରତ ପକ୍ଷରୁ ପଦାର୍ପଣ କରିଥିଲେ। ଅଳ୍ପ ସମୟ ଭିତରେ ଦୁର୍ଦ୍ଦଶ ବ୍ୟାଟିଂ ପାଇଁ ସାରା ବିଶ୍ବରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ସୂର୍ଯ୍ୟକୁମାର ଯାଦବ। ସେ ବର୍ତ୍ତମାନ ଦୁନିଆର ଏକ ନମ୍ବର ଟି-୨୦ ବ୍ୟାଟସମ୍ୟାନ୍‌ । ସେ ଅଳ୍ପ ସମୟ ମଧ୍ୟରେ ବହୁ ରେକର୍ଡ ଭାଙ୍ଗିଥିବା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ଦିନିକିଆରେ ଏକ ବଡ଼ କିର୍ତ୍ତୀମାନର ଅଧିକାରୀ ହୋଇଛନ୍ତି।

ଶେଷ ଦିନିକିଆରେ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ ସୂର୍ଯ୍ୟ। ୫ମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ସୂର୍ଯ୍ୟ ମାତ୍ର ୯ଟି ବଲ୍‌ ଖେଳି ୧୪ କରି ଆଉଟ୍‌ ହୋଇ ଯାଇଥିଲେ। ଏହି ଛୋଟ ଇନିଂସରେ ସେ ଦୁଇଟି ଛକା ମାରିଥିଲେ। ସେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ୧୦୦ ତମ ଛକା ପୂରଣ କରିଥିଲେ। ଏଥିସହିତ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ସବୁଠୁ ଦ୍ରୁତ ୧୦୦ ଛକା ମାରିବା ମାମଲାରେ ପ୍ରଥମ ଭାରତୀୟ ବ୍ୟାଟସମ୍ୟାନ୍‌ ହୋଇଛନ୍ତି।

ଏହା ପୂର୍ବରୁ ଏହି ରେକର୍ଡ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାମରେ ଥିଲେ। ହାର୍ଦ୍ଦିକ ୧୦୧ଟି ଇନିଂସ୍‌ ଖେଳି ୧୦୦ ଛକା ମାରିଥିଲେ। ହେଲେ ସୂର୍ଯ୍ୟକୁମାର ମାତ୍ର ୬୧ଟି ଅନ୍ତରାଷ୍ଟ୍ରୀୟ ଇନିଂସ୍‌ ଖେଳି ଏହି ଶାନଦାର ରେକର୍ଡ ନିଜ ନାମରେ କରିଛନ୍ତି। ପ୍ରଥମ ଭାରତୀୟ ଖେଳାଳି ଭାବେ ସୂର୍ଯ୍ୟ କମ୍‌ ଇନିଂସରେ ୧୦୦ ଛକା ପୂରଣ କରିଛନ୍ତି।

Leave A Reply

Your email address will not be published.