Odisha Link
Bridging the Missing Links in Odisha

ଶୃଙ୍ଖଳା ମୂଳପୋଛ କଲା ଭାରତ, ଦିନିକିଆରେ ଏକ ନମ୍ବର ସ୍ଥାନକୁ ଫେରିଲା ଟିମ୍‌ ଇଣ୍ଡିଆ

ଓଏଲ୍‌ ବ୍ୟୁରୋ: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜର ଶେଷ ମ୍ୟାଚକୁ ଜିତିବା ସହିତ ଶୃଙ୍ଖଳା ମୂଳପୋଛ କଲା ଭାରତ। ୩ଟି ଯାକ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହରାଇ ସିରିଜ କ୍ଲିନ୍‌ ସୁଇପ୍‌ କରିଛି ଭାରତ। ଶେଷ ଦିନିକିଆରେ ୩୮୬ ରନର ବିଶାଳ ଲକ୍ଷ୍ୟକୁ ପିଛା କରି ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଦଳ ନିର୍ଦ୍ଧାରିତ ଓଭର ପୂର୍ବରୁ ସମସ୍ତ ଓ୍ବିକେଟ ହରାଇ ମୋଟ ୨୯୫ ରନ କରିବାରେ ସକ୍ଷମ ହୋଇଥିଲା। ଯାହାଫଳରେ ଟିମ୍‌ ଇଣ୍ଡିଆ ତୃତୀୟ ଦିନିକିଆକୁ ୯୦ ରନରେ ଜିତି ନେଇଛି। ଏଥିସହିତ ୩-୦ରେ ଶୃଙ୍ଖଳା ଜିତିଛି ଭାରତ ।

ନ୍ୟୁଜିଲାଣ୍ଡ ପକ୍ଷରୁ କନଓ୍ବେ ୧୩୮ ରନ କରିଥିବାବେଳେ ହେନେରି ନିକୋଲ୍ସ ୪୨ ରନ, ମିଟେଲ ସାଣ୍ଟନର ୩୪ ରନ ଓ ମାଇକେଲ ବ୍ରେସଓ୍ବେଲ ୨୬ରନ କରିଥିଲେ । ଭାରତ ପକ୍ଷରୁ ଶାର୍ଦ୍ଦୁଲ ଠାକୁର ଓ କୁଳଦୀପ ଯାଦବ ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ ଜିତିବା ପରେ ଦିନିକିଆ କ୍ରିକେଟରେ ବିଶ୍ବର ଏକ ନମ୍ବର ସ୍ଥାନକୁ ପୁଣିଥରେ ଫେରିଛି ଭାରତ। ଇଂଲଣ୍ଡକୁ ପଛରେ ପକାଇ ୧୧୪ ପଏଣ୍ଟ ସହ ୧ ନମ୍ବର ସ୍ଥାନ ହାସଲ କରିଛି ଭାରତ । ଭାରତ ୪୪ଟି ଦିନିକିଆ ଖେଳି ୧୧୪ ପଏଣ୍ଟ ଅର୍ଜନ କରିଛି। ତାଲିକାର ଦ୍ବିତୀୟ ସ୍ଥାନରେ ଇଂଲଣ୍ଡ, ତୃତୀୟରେ ଅଷ୍ଟ୍ରେଲିଆ ରହିଛି।

Leave A Reply

Your email address will not be published.