Odisha Link
Bridging the Missing Links in Odisha

ଓସ୍କାରରେ ‘ନାଟୁ ନାଟୁ’ର ଏଣ୍ଟ୍ରି , ଓସ୍କାର ଦୌଡ଼ରେ ଭାରତରୁ ୩ ଫିଲ୍ମ

ଓଏଲ୍‌ ବ୍ୟୁରୋ: ବିଶ୍ବ ଚଳଚ୍ଚିତ୍ର ଜଗତର ସବୁଠାରୁ ମର୍ଯ୍ୟାଦାଜନକ ପୁରସ୍କାର ୯୫ ତମ ଓସ୍କାର ପୁରସ୍କାର ପାଇଁ ଚୂଡ଼ାନ୍ତ ମନୋନୟନ ଘୋଷଣା ହୋଇଛି । ୩ଟି ଭାରତୀୟ ଚଳଚ୍ଚିତ୍ର ଓ ଡକ୍ୟୁମେଣ୍ଟାରି ମନୋନୟନ ହୋଇଛି।

ଓସ୍କାର ପାଇଁ ମନୋନୀତ ହେଲା ଏସ ଏସ ରାଜମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ଆରଆରଆରର ଗୀତ । `ନାଟୁ ନାଟୁ’ ବେଷ୍ଟ ଅରିଜିନାଲ ଗୀତ କାଟାଗୋରୀରେ ମନୋନୀତ । ତିନିଟି ଶ୍ରେଣୀରେ ଭାରତୀୟ ଚଳଚ୍ଚିତ୍ର ଓସ୍କାର ପାଇଁ ମନୋନୀତ ।`ଅଲ୍ ଦାଟ୍ ବ୍ରିଦସ୍’ ବେଷ୍ଟ ଡକ୍ୟୁମେଣ୍ଟାରୀ ତାଲିକାରେ ମନୋନୀତ ହୋଇଛି । ସେହିପରି ବେଷ୍ଟ ଡକ୍ୟୁମେଣ୍ଟାରୀ ସର୍ଟ ଫିଚର ଫିଲ୍ମ ତାଲିକାରେ ‘ଦ ଏଲିଫେଣ୍ଟ ହୁଇସ୍ପର୍ସ’ ମନୋନୀତ ହୋଇଛି ।

ଏହାପୂର୍ବରୁ ଆରଆରଆର ୨୮ ତମ କ୍ରିଟିକ୍ସ ଚଏସ୍‌ ଆଓ୍ବାର୍ଡରେ ଶ୍ରେଷ୍ଠ ଅଣ ଇଂରାଜୀ ଫିଲ୍ମ ଏବଂ ନାଟୁ ନାଟୁକୁ ଶ୍ରେଷ୍ଠ ସଙ୍ଗୀତର ଆଓ୍ବାଡ ମିଳିଥିଲା। ଏପରିକି ଏହି ଗୀତ ପାଇଁ ଆରଆରଆରକୁ ଗୋଲ୍ଡେନ୍‌ ଗ୍ଲୋବରେ ବେଷ୍ଟ ଓରିଜିନାଲ ଓସ୍କାର ଆଓ୍ବାର୍ଡ ମିଳିଛି।

Leave A Reply

Your email address will not be published.