Odisha Link
Bridging the Missing Links in Odisha

କନେଷ୍ଟବଳ ଆଶାୟୀଙ୍କ ପାଇଁ ଖୁସି ଖବର, ହାଇକୋର୍ଟ ଦେଲେ ଏହି ନିର୍ଦ୍ଦେଶ

ଓଏଲ୍‌ ବ୍ୟୁରୋ: କନେଷ୍ଟବଳ ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। କାରଣ ହାଇକୋର୍ଟ ଆଜି ଶୁଣାଇଛନ୍ତି ଗୁରୁତ୍ବପୂର୍ଣ୍ଣ ରାୟ। କନେଷ୍ଟବଳ ନିଯୁକ୍ତି ପାଇଁ ବୟସ ସୀମା କୋହଳ କଲେ ହାଇକୋର୍ଟ। ବୟସ ସୀମାକୁ ୪ବର୍ଷ କୋହଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ତେବେ ଗତ ଡ଼ିସେମ୍ବର ୩୦ ତାରିଖରେ ପ୍ରକାଶିତ ବିଜ୍ଞପ୍ତି ପାଇଁ ଏହି କୋହଳ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

କୋର୍ଟଙ୍କ ଏହି ନିର୍ଦ୍ଦେଶ ଆଧାରରେ ଆସନ୍ତା ୩୦ ତାରିଖ ସୁଦ୍ଧା ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରିବାକୁ ଜଷ୍ଟିସ୍‌ ଆଦିତ୍ୟ ମହାପାତ୍ରଙ୍କ ଖଣ୍ଡପୀଠ କହିଛନ୍ତି। ସେହିପରି ଉଭୟ ଅନ୍‌ ଲାଇନ୍‌ ଓ ଅଫ୍‌ ଲାଇନ୍‌ରେ ଆସନ୍ତା ଫେବୃଆରୀ ୧୦ ତାରିଖ ଯାଏଁ ଆବେଦନ ଗ୍ରହଣ କରିବା ସହ ସେହି ମାସ ୨୦ ତାରିଖରେ ପରୀକ୍ଷା କରିବାକୁ କୋର୍ଟ କହିଛନ୍ତି।

ସୂଚନାଯୋଗ୍ୟ, ୨୦୨୨ ଡିସେମ୍ବର ୩୦ ତାରିଖରେ ଗୃହ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୪୭୯୦ଟି ଓଡ଼ିଶା ପୁଲିସ କନଷ୍ଟେବଳ ପଦବୀ ପାଇଁ ବାହାରିଥିଲା ବିଜ୍ଞପ୍ତି। ୪ ବର୍ଷ ପରେ ଏହି ନିଯୁକ୍ତି ବାହାରିଥିଲା। ଶେଷଥର ପାଇଁ ୨୦୧୮ ମସିହାରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କରୋନା କାରଣରୁ ୪ ବର୍ଷ ଧରି କନଷ୍ଟେବଲ ନିଯୁକ୍ତି ହୋଇନଥିଲା।

Leave A Reply

Your email address will not be published.