ଉତ୍ତର ଭାରତରେ ଭୂମିକମ୍ପ
ରିକ୍ଟର ସ୍କେଲରେ ଭୂକଂପର ତୀବ୍ରତା ୫.୮ ରେକର୍ଡ ହୋଇଥିବାବେଳେ ଏହାର କେନ୍ଦ୍ରସ୍ଥଳି ନେପାଳ ବୋଲି କୁହାଯାଉଛି
ଓଏଲ୍ ବ୍ୟୁରୋ : ଭୂମିକମ୍ପରେ ଦୋହଲି ଗଲା ଦିଲ୍ଲୀ ଏନ୍ସିଆର ସମେତ ଉତ୍ତର ଭାରତର ଅନେକ ସ୍ଥାନ। ଏହି ତୀବ୍ର ଭୂମିକମ୍ପ ପଖାପାଖି ୩୦ ସେକେଣ୍ଡ ଅନୁଭୂତ ହୋଇଥିବା ଜଣା ପଡିଛି। ରିକ୍ଟର ସ୍କେଲରେ ଭୂକଂପର ତୀବ୍ରତା ୫.୮ ରେକର୍ଡ ହୋଇଥିବାବେଳେ ଏହାର କେନ୍ଦ୍ରସ୍ଥଳି ନେପାଳ ବୋଲି କୁହାଯାଉଛି।
ଏହି ଭୂମିକମ୍ପର ପ୍ରକୋପ ଏତେ ତୀବ୍ର ଥିଲା ଯେ, ରାଜଧାନୀ ଦିଲ୍ଲୀକୁ ଦୋହଲାଇ ଦେଇଛି। ତେବେ ଏଥିରେ କେତେ କ୍ଷୟକ୍ଷତି ହୋଇଛି କି ନାହିଁ ତାହାର କୌଣସି ତଥ୍ୟ ବର୍ତ୍ତମାନ ସାମ୍ନାକୁ ଆସିପାରି ନାହିଁ। ପୂର୍ବରୁ ଜାନୁଆରୀ ୫ତାରିଖରେ ଦିଲ୍ଲୀ ଏନସିଆରରେ ଆଉ ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ଜମ୍ମୁ-କାଶ୍ମୀରରେ ବି ଏହାର ପ୍ରଭାବ ଅନୁଭବ ହୋଇଥିଲା।