Odisha Link
Bridging the Missing Links in Odisha

ବିଜେପି ଛାଡ଼ିଲେ ଗମାଙ୍ଗ ବାପା-ପୁଅ

ଓଏଲ୍‌ ବ୍ୟୁରୋ: ବିଜେପି ଛାଡ଼ିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ। ତାଙ୍କ ସହିତ ପୁଅ ଶିଶିର ଗମାଙ୍ଗ ମଧ୍ୟ ବିଜେପି ଛାଡ଼ିଛନ୍ତି। ଏନେଇ ଆଜି ପ୍ରେସ୍‌ ମିଟ୍‌ କରି ସୂଚନା ଦେଇଛନ୍ତି ଗିରିଧାରି ଗମାଙ୍ଗ । ଆଗାମୀ ଦିନରେ ସେ ଏକ ଜାତୀୟ ଦଳରେ ଯୋଗଦେବେ ବୋଲି କହିଛନ୍ତି। ନାଁ ନକହିଥିଲେ ବି ସେ ଭାରତୀୟ ରାଷ୍ଟ୍ରୀୟ ସମିତିରେ ଯୋଗଦେବେ ବୋଲି ସୂଚନା ରହିଛି।

ନିକଟରେ ଗିରିଧର ଓ ଶିଶିର ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ସାକ୍ଷାତ କରିଥିଲେ। କେସିଆର ତାଙ୍କୁ ଦଳରେ ଯୋଗଦେବାକୁ ନିମନ୍ତ୍ରଣ ଦେଇଥିଲେ ବୋଲି ଶିଶିର କହିଥିଲେ। ସେବେଠୋରୁ ସେମାନେ ବିଆରଏସରେ ଯୋଗଦେବେ ବୋଲି ଚର୍ଚ୍ଚା ହୋଇ ଆସୁଥିଲା।

ସୂଚନାଥାଉକି, କେସିଆର ଏବେ ଓଡ଼ିଶା ରାଜନୀତି ଉପରେ ନଜର ରଖିଛନ୍ତି। ବିଶେଷକରି ଦକ୍ଷିଣ ଓଡ଼ିଶା ଉପରେ ସେ ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି। ଓଡ଼ିଶାର କେତେକ ନେତାଙ୍କ ସହ ଚନ୍ଦ୍ରଶେଖର ବ୍ୟକ୍ତିଗତ ଭାବେ ଆଲୋଚନା ମଧ୍ୟ କରିଛନ୍ତି।

Leave A Reply

Your email address will not be published.