Odisha Link
Bridging the Missing Links in Odisha

ବିବାଦ ଭିତରେ ଆଜି ରିଲିଜ୍ ହେଲା କିଙ୍ଗ ଖାନଙ୍କ ପଠାନ୍

ଚଳଚ୍ଚିତ୍ରଟି ୩ଟି ଭାଷା ତଥା ହିନ୍ଦୀ, ତେଲୁଗୁ, ତାମିଲ ଭାଷାରେ ପ୍ରେକ୍ଷାଳୟରେ ଦେଖିବାକୁ ମିଳିବ ବୋଲି ଜଣା ପଡିଥିଲା

ଓଏଲ୍ ଵ୍ୟୁରୋ : ଅନେକ ବିବାଦ ଭିତରେ ଆଜି ରିଲିଜ୍ ହୋଇଛି ବଲିଉଡ ଚଳଚ୍ଚିତ୍ର ପଠାନ୍। କିଙ୍ଗ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ପଠାନ୍ ରିଲିଜର ପ୍ରଥମ ସୋରେ ବକ୍ସ ଅଫିସ ସାମ୍ନାରେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିବାବେଳେ ଏହି ଚଳଚିତ୍ରର ଆଡଭାନ୍ସ ବୁକିଂରେ କେଜିଏଫ-ଟୁର ରେକର୍ଡ ଭାଙ୍ଗିଥିବା କୁହାଯାଉଛି।

ସୂଚନା ଅନୁସାରେ, ଦମଦାର ଅଭିନୟ ସହ ରୋମାଞ୍ଚକର କାହାଣୀକୁ ନେଇ ବକ୍ସ ଅଫିସରେ ଧମାଲ କରିବା ଆଶାରେ ବଲିଉଡ ଅଭିନେତା ସାହ ରୁଖ ଖାନଙ୍କ ପଠାନ୍ ରିଲିଜ ହୋଇସାରିଛି। ପୂର୍ବରୁ ଚଳଚ୍ଚିତ୍ରର ପ୍ରଥମ ପୋଷ୍ଟର ନିଜେ କିଙ୍ଗ ଖାନ ଟ୍ୱିଟ ମାଧ୍ୟମରେ ଦର୍ଶାଇଥିଲେ।

ଚଳଚ୍ଚିତ୍ରଟି ୩ଟି ଭାଷା ତଥା ହିନ୍ଦୀ, ତେଲୁଗୁ, ତାମିଲ ଭାଷାରେ ପ୍ରେକ୍ଷାଳୟରେ ଦେଖିବାକୁ ମିଳିବ ବୋଲି ଜଣା ପଡିଥିଲା। ଏହି ଚଳଚିତ୍ରରେ ଅଭିନେତା ସାହ ରୁଖ ଖାନଙ୍କ ସମେତ ଦୀପିକା ପାଦୁକନ ଏବଂ ଜନ ଆବ୍ରାହମଙ୍କୁ ଦେଖିବାକୁ ମିଳିଛି।

ପୂର୍ବରୁ ଏହି ସିନେମାର ଟିଜର କିଙ୍ଗ ଖାନଙ୍କ ନିଜ ୫୭ତମ ଜନ୍ମ ଦିବସରେ ରିଲିଜ କରିଥିଲେ। ଏହି ଚଳଚିତ୍ର ସହ କିଙ୍ଗ ଖାନ ଙ୍କର ଇମୋସନ ଜଡିତ ଥିବାବେଳେ ଚଳଚ୍ଚିତ୍ରର ଟିଜର ଦେଖିବାପରେ ଦର୍ଶକଙ୍କ ମଧ୍ୟରେ ସିନେମା ପ୍ରତି ଆକର୍ଷଣ ବଢିଥିବା କୁହାଯାଉଥିଲା। ବର୍ତ୍ତମାନ ପ୍ରେକ୍ଷାଳୟରେ ଚଳଚ୍ଚିତ୍ର ରିଲିଜ ହୋଇସାରିଥିବା ଜଣା ପଡିଛି।

Leave A Reply

Your email address will not be published.