Odisha Link
Bridging the Missing Links in Odisha

ପରଲୋକରେ ମିହିର ଦାସଙ୍କ ସାନପୁଅ ଅକ୍ଲାନ୍ତ ଦାସ

ପାଖାପାଖି ମାସେ ହେବ ଅକ୍ଲାନ୍ତ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଥିଲେ

ଓଏଲ୍‌ ବ୍ୟୁରୋ : ଓଡ଼ିଆ ସିନେ ଜଗତର ଲୋକପ୍ରିୟ ଅଭିନେତା ସ୍ବର୍ଗତଃ ମିହିର ଦାସଙ୍କ ସାନ ପୁଅ ଅକ୍ଲାନ୍ତ ଦାସଙ୍କ ଦେହାନ୍ତ ହୋଇଥିବା ଜଣା ପଡିଛି। ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଅକ୍ଲାନ୍ତଙ୍କର ମୃତ୍ୟୁ ଘଟିଛି। ପାଖାପାଖି ମାସେ ହେବ ଅକ୍ଲାନ୍ତ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଥିଲେ। ଲିଭର ଜନିତ ସମସ୍ୟା ଯୋଗୁଁ ଚିକିତ୍ସାଧୀନ ଥିଲେ ଅକ୍ଲାନ୍ତ। କଟକ ସତୀଚଉରାରେ ଅକ୍ଲାନ୍ତଙ୍କ ଅନ୍ତିମ ସଂସ୍କାର ସଂପନ୍ନ କରାଯାଇଛି।

ସୂଚନା ଅନୁସାରେ, ଅଭିନେତା ମିହିର ଦାସଙ୍କର ୧୧ ଜାନୁଆରୀ ୨୦୨୨ରେ ଦେହାନ୍ତ ହୋଇଥିଲା। ଓଡ଼ିଆ ସିନେ ଜଗତରେ ମିହିରଙ୍କ ମୃତ୍ୟୁ ଖବରରେ ଦୁଃଖର ଛାୟା ଖେଳିଯାଇଥିଲା। ବର୍ତ୍ତମାନ ୨୦୨୩ ଜାନୁଆରୀରେ ମାତ୍ର ୨୬ ବର୍ଷ ବୟସରେ ତାଙ୍କ ପୁଅ ଅକ୍ଲାନ୍ତଙ୍କର ଦେହାନ୍ତ ହୋଇଛି।

Leave A Reply

Your email address will not be published.