Odisha Link
Bridging the Missing Links in Odisha

ପରଲୋକରେ କବି ହୁସେନ ରବିଗାନ୍ଧୀ

କଟକ ବଡ଼ ମେଡିକାଲ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଓଏଲ୍ ବ୍ୟୁରୋ : ବିଶିଷ୍ଟ କବି ତଥା ରାଜନେତା ହୁସେନ ରବିଗାନ୍ଧୀଙ୍କ ଦେହାନ୍ତ। ୭୫ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। ଗତ କିଛି ଦିନ ଧରି ହୁସେନ ରବିଗାନ୍ଧୀ ଅସୁସ୍ଥ ଥିବାରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କଟକ ବଡ଼ ମେଡିକାଲ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ହୁସେନ ରବି ଗାନ୍ଧୀ ଓଡ଼ିଆ ଲେଖକ ଏବଂ ଓଡ଼ିଶାର ଜଣେ ରାଜନେତା ଅଟନ୍ତି। ସେ ଓଡିଶା ସାହିତ୍ୟ ଏକାଡେମୀର ସଭାପତି ଏବଂ ‘ଉତ୍କଳ ପ୍ରସଙ୍ଗ’ର ସମ୍ପାଦକ ଥିଲେ। ୧୯୮୫ ରେ ସେ ପ୍ରତ୍ୟକ୍ଷ ରାଜନୀତିରେ ଯୋଗ ଦେଇଥିଲେ। ‘ଜାଗ୍ରତ ଓଡିଶା’ର ସ୍ବାଧୀନ ବିଧାୟକ ପ୍ରାର୍ଥୀ ଥିଲେ। ୧୯୯୮ରୁ ୨୦୦୫ ମସିହା ପର୍ଯ୍ୟନ୍ତ ସେ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଭାବରେ କାର୍ଯ୍ୟ କରୁଥିଲେ। ହୁସେନ ରବିଗାନ୍ଧୀଙ୍କ ପରଲୋକରେ ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।