Odisha Link
Bridging the Missing Links in Odisha

ବକ୍ସ ଅଫିସରେ ଧମାଲ କରୁଛି ଫିଲ୍ମ ‘ପଠାନ’

ଚଳଚ୍ଚିତ୍ରଟି ୩ଟି ଭାଷା ତଥା ହିନ୍ଦୀ, ତେଲୁଗୁ, ତାମିଲ ଭାଷାରେ ପ୍ରେକ୍ଷାଳୟରେ ଦେଖିବାକୁ ମିଳିବ ବୋଲି ଜଣା ପଡିଥିଲା

ଓଏଲ୍ ବ୍ୟୁରୋ : ବକ୍ସ ଅଫିସରେ ରିଲିଜ୍ ହୋଇସାରିଛି କିଙ୍ଗ ଖାନଙ୍କ ଅଭିନୀତ ଫିଲ୍ମ ‘ପଠାନ’। ରିଲିଜ ଦିନଠାରୁ ବକ୍ସ ଅଫିସରେ ଧମାଲ କରୁଛି ଫିଲ୍ମ ‘ପଠାନ’। ତେବେ ଏତେ ବର୍ଷ ପରେ କିଙ୍ଗ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ରିଲିଜ ହୋଇଥିବାରୁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଚଳଚ୍ଚିତ୍ରଟି ୩ଟି ଭାଷା ତଥା ହିନ୍ଦୀ, ତେଲୁଗୁ, ତାମିଲ ଭାଷାରେ ପ୍ରେକ୍ଷାଳୟରେ ଦେଖିବାକୁ ମିଳିବ ବୋଲି ଜଣା ପଡିଥିଲା। ଏହି ଚଳଚିତ୍ରରେ ଅଭିନେତା ସାହ ରୁଖ ଖାନଙ୍କ ସମେତ ଦୀପିକା ପାଦୁକନ ଏବଂ ଜନ ଆବ୍ରାହମଙ୍କୁ ଦେଖିବାକୁ ମିଳିଛି।

ରିଲିଜ୍ ପୂର୍ବରୁ ଫିଲ୍ମଟି ଅନେକ ବଡ଼ ବଡ଼ ଫିଲ୍ମର ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଥିବା ବେଳେ ରିଲିଜ ପରେ ରେକର୍ଡ ସୃଷ୍ଟି କରିବାରେ ଲାଗିଛି। ଚଳଚ୍ଚିତ୍ର ରିଲିଜ ହେବା ପୂର୍ବରୁ ପ୍ରି-ବୁକିଂ ରେ ରେକର୍ଡ ସୃଷ୍ଟି କରିଥିଲା। ତେବେ ଚଳଚ୍ଚିତ୍ର ରିଲିଜ ହେବାର ୩ ଦିନରେ ବିଶ୍ୱସ୍ତରରେ ୩୦୦ କୋଟି ଟଙ୍କା ରୋଜଗାର କରିଥିବା ବାଣିଜ୍ୟ ବିଶ୍ଳେଷକ କହିଛନ୍ତି। ତେବେ ଏହି ଚଳଚ୍ଚିତ୍ରଟି ଦର୍ଶକଙ୍କ କେତେ ମନଛୁଆଁ ହୋଇ କେଉଁ ନୂତନ ରେକର୍ଡ ସୃଷ୍ଟି କରୁଛି ତାହା ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.