Odisha Link
Bridging the Missing Links in Odisha

ବାୟୁସେନାର ଦୁଇଟି ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ

ତାଲିମ ଅଭ୍ୟାସ ପାଇଁ ଭାରତୀୟ ୨ ଲଢୁଆ ବିମାନ ଗୋଆଲିୟର୍‌ସ୍ଥିତ ମହାରାଜପୁର ବିମାନଘାଟିରୁ ଉଡ଼ାଣ ଆରମ୍ଭ କରିଥିଲା

ଓଏଲ୍ ବ୍ୟୁରୋ : ମଧ୍ୟପ୍ରଦେଶରେ ବଡ ବିମାନ ଦୁର୍ଘଟଣା ଘଟିଥିବା ଖବରରୁ ଜଣା ପଡିଛି। ଭାରତୀୟ ବାୟୁସେନାର ଦୁଇଟି ବଡ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୁଖୋଇ-୩୦ ଓ ମିରାଜ୍-୨୦୦୦ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରତର ୨ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ‘ଦିଲ୍ଲୀ ଡିଫେନ୍‌ସ୍‌ ରିଭ୍ୟୁ’ ଟୁଇଟ୍‌ କରି ସୂଚନା ଦେଇଛି।

ସୂଚନା ଅନୁସାରେ, ତାଲିମ ଅଭ୍ୟାସ ପାଇଁ ଭାରତୀୟ ୨ ଲଢୁଆ ବିମାନ ଗୋଆଲିୟର୍‌ସ୍ଥିତ ମହାରାଜପୁର ବିମାନଘାଟିରୁ ଉଡ଼ାଣ ଆରମ୍ଭ କରିଥିଲା। ହେଲେ କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପରେ ତଲାସ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ଦୁର୍ଘଟଣାରେ ମୃତ ଏବଂ ଆହତ ହୋଇଥିବା କୌଣସି ଖବର ଜଣା ପଡ଼ିନାହିଁ।

Leave A Reply

Your email address will not be published.