Odisha Link
Bridging the Missing Links in Odisha

ଗୁଳି ଫୁଟାଇ ଲୁଟିନେଲେ ଦୁର୍ବୁତ୍ତ

ଓଏଲ୍‌ ବ୍ୟୁରୋ : ସୁରକ୍ଷା ଯେତେ ଶକ୍ତ ହେଲେ ମଧ୍ୟ ହତ୍ୟା ଏବଂ ଲୁଟ୍‌ ବଢ଼ିବାରେ ଲାଗିଛି। ଲୁଟେରା ମାନେ ନୂଆ ନୂଆ ଉପାୟରେ ଲୁଟ୍‌ କରିବାରେ ଲାଗିଛନ୍ତି। ତେବେ ଏକ ବ୍ୟାଙ୍କରୁ ଲୁଟ୍‌ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ସୂଚନା ଅନୁସାରେ, ଢେଙ୍କାନାଳ କାମାକ୍ଷାନଗର ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ବଡ଼ ଧରଣର ଲୁଟ୍‌ ହୋଇଛି।

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ୨ଟି ପଲସରରେ ଆସି ୪ ଜଣ ଦୁର୍ବୃତ୍ତ ଲୁଟ୍‌ କରିଛନ୍ତି। ଲୁଟେରା ମାନେ ୫ ଲକ୍ଷ ନଗଦ ଟଙ୍କା ସହ କୋଟିଏରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର ଲୁଟ୍‌ କରିଥିବା ଜଣା ପଡିଛି। ଫାଙ୍କା ଗୁଳି ଫୁଟାଇ ଦୁର୍ବୁତ୍ତମାନେ ଲୁଟି ନେଇଥିବା ଅଭିଯୋଗ ହୋଇଛି।