Odisha Link
Bridging the Missing Links in Odisha

ଜୁଲାଇ ସୁଦ୍ଧା ୟୁଜି ପରୀକ୍ଷା ଫଳ

କୋର୍ସ ସରିନଥିବାରୁ ପରୀକ୍ଷାରେ ବିଳମ୍ବ ହୋଇପାରେ, ସେଥିପାଇଁ ଆବଶ୍ୟକ ସ୍ଥଳରେ ଏକ୍ସଟ୍ରା କ୍ଲାସ କରି କୋର୍ସ ସାରିବାକୁ ବି କୁହାଯାଇଛି।

ଓଏଲ୍‌ ବ୍ୟୁରୋ : ୟୁଜି ପରୀକ୍ଷା ଫଳକୁ ନେଇ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ। ଆସନ୍ତା ଜୁଲାଇ ୭ତାରିଖ ସୁଦ୍ଧା ଯୁକ୍ତ ତିନି ପରୀକ୍ଷା ଫଳ ପ୍ରକାଶ କରିବାକୁ ସବୁ କୁଳପତି ଓ କଲେଜ୍ ଅଧ୍ୟକ୍ଷଙ୍କୁ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଥିବା ଜଣା ପଡିଛି।

କୋର୍ସ ସରିନଥିବାରୁ ପରୀକ୍ଷାରେ ବିଳମ୍ବ ହୋଇପାରେ, ସେଥିପାଇଁ ଆବଶ୍ୟକ ସ୍ଥଳରେ ଏକ୍ସଟ୍ରା କ୍ଲାସ କରି କୋର୍ସ ସାରିବାକୁ ବି କୁହାଯାଇଛି। ବ୍ୟାକ ପେପର ପରୀକ୍ଷା ମଧ୍ୟ ସମୟ ପୂର୍ବରୁ ସାରିବାକୁ ନିର୍ଦ୍ଦେଶ ଦେଇଛି ଉଚ୍ଚ ଶିକ୍ଷା ବିଭାଗ।

ସୂଚନା ଅନୁସାରେ, କରୋନା ମହାମାରୀ କାରଣରୁ ସବୁ ବର୍ଗର ଛାତ୍ରଛାତ୍ରୀଙ୍କ ପାଠ ପଢ଼ାରେ ଏବଂ ପରୀକ୍ଷାରେ ଅନିୟମିତତା ଦେଖା ଦେଇଥିଲା। ତେବେ ଏହି ପାଠ୍ୟକ୍ରମ ବ୍ୟବସ୍ତାକୁ ପୂର୍ବ ପରି ନିୟମିତ ଏବଂ ସଠିକ ସମୟରେ କରିବା ପାଇଁ ଉଚ୍ଚ ଶିକ୍ଷା ବିଭାଗ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି।

Leave A Reply

Your email address will not be published.