Odisha Link
Bridging the Missing Links in Odisha

ପୁଣିଥରେ ତୁର୍କୀରେ ଭୂମିକମ୍ପର ଝଟକା

ଭୁକମ୍ପରେ ୧୩୦୦ ଲୋକ ପ୍ରାଣ ହରାଇଥିବାବେଳେ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି

ଓଏଲ୍‌ ବ୍ୟୁରୋ : ପୁଣିଥରେ ଭୂକମ୍ପ ଝଟକାରେ ଥରି ଉଠିଲା ତୁର୍କୀ। ବଡ ଧରଣର ଭୂକମ୍ପ ରିକ୍ଟର ସ୍କେଲରେ ତୀବ୍ରତା ୭.୭ ରେକର୍ଡ କରାଯାଇଛି। ଭାରତୀୟ ସମୟ ଅନୁସାରେ ସମୟ ଅପରାହ୍ନ ୩ଟା ୪୫ମିନିଟ ପାଖାପାଖି ସମୟରେ ପୁଣିଥରେ ଭୂମିକମ୍ପ ଅନୁଭୂତ ହୋଇଛି।

ପୂର୍ବରୁ ହୋଇଥିବା ଭୁକମ୍ପରେ ୧୩୦୦ ଲୋକ ପ୍ରାଣ ହରାଇଥିବାବେଳେ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି। ପାଖାପାଖି ୫, ୩୮୦ ଲୋକ ଏଥିରେ ଆହତ ହୋଇଥିବା ବେଳେ ୨, ୮୧୮ଟି ଅଟ୍ଟାଳିକା ମାଟିରେ ମିଶିଯାଇଛି। ତେବେ ଘର ଭାଙ୍ଗିବା ଯୋଗୁଁ ଅନେକ ଲୋକ ଫଶି ରହିଛନ୍ତି। ସେମାନଙ୍କ ମଧ୍ୟରୁ ଏଯାଏଁ ୨,୪୭୦ ଲୋକଙ୍କୁ ଉଦ୍ଧାର କରାଯାଇଛି। ଏବେ ବି ଆହୁରି ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ଦକ୍ଷିଣପୂର୍ବ ତିର୍କୀର ଗାଜିଆନଟେପରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି। ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। କାରଣ ଭୂମିକମ୍ପ ବେଳେ ଲୋକେ ଘରେ ଶୋଇଥିଲେ।

ସୂଚନା ମୁତାବିକ, ଭୋର ୪ଟା ୧୭ ମିନିଟରେ ଏହି ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଏହାର ୧୧ ମିନିଟ ପରେ ଆଉ ଏକ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ଯାହାର ତୀବ୍ରତା ୬.୭ ରେକର୍ଡ କରାଯାଇଛି। ଆଜି ଏଠାରେ ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ଲେବାନନ, ସିରିୟା ଓ ସାଇପ୍ରସରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ସୂଚନାଥାଉକି, ତୁର୍କୀ ହେଉଛି ବିଶ୍ୱର ଅନ୍ୟତମ ଭୂମିକମ୍ପ ପ୍ରବଣ ଅଞ୍ଚଳ। ୧୯୯୯ରେ ତୁର୍କୀର ଡସ୍‌ଜେ ବଡ଼ଧରଣର ଭୂମିକମ୍ପ ହୋଇଥିଲା।

Leave A Reply

Your email address will not be published.