Odisha Link
Bridging the Missing Links in Odisha

ଚିକିତ୍ସା ପାଇଁ ଦିଲ୍ଲୀ ଗଲେ ଅଭିନେତା ପିଣ୍ଟୁ ନନ୍ଦ

ଲିଭର୍ ସିରୋସିସ୍‌ରେ ପୀଡ଼ିତ ହେବା ପରେ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ପିଣ୍ଟୁ ନନ୍ଦ ଚିକିତ୍ସିତ ହେଉଥିଲେ

ଓଏଲ୍‌ ବ୍ୟୁରୋ : ଓଲିଉଡ଼ ଜଗତର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ଗୁରୁତର ଭାବେ ଅସୁସ୍ଥ ହୋଇଥିବା ଜଣା ପଡ଼ିଛି। ଉନ୍ନତ ଚିକିତ୍ସା ପାଇଁ ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦ ରାଜଧାନୀ ଦିଲ୍ଲୀ ଗ୍ରସ୍ତ କରିଛନ୍ତି। ଗୁରୁତର ଭାବେ ଅସୁସ୍ଥ ଥିବା ଅଭିନେତା ପିଣ୍ଟୁ ନନ୍ଦ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଦିଲ୍ଲୀ ସ୍ଥିତ ଘରୋଇ ହସ୍ପିଟାଲ ଆଇଏଲବିଏସରେ ତାଙ୍କର ଚିକିତ୍ସା କରାଯିବ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି। ସେଠାରେ ପିଣ୍ଟୁ ନନ୍ଦଙ୍କ ଯକୃତ ଟ୍ରାନ୍ସପ୍ଲାଣ୍ଟ କରାଯିବ ବୋଲି ଜଣା ପଡ଼ିଛି।

ଖବର ଅନୁସାରେ, ଲିଭର୍ ସିରୋସିସ୍‌ରେ ପୀଡ଼ିତ ହେବା ପରେ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ପିଣ୍ଟୁ ନନ୍ଦ ଚିକିତ୍ସିତ ହେଉଥିଲେ। ତେବେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ନେଇଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ଯକୃତ ପ୍ରତିରୋପଣ ପାଇଁ ୫୦ ଲକ୍ଷରୁ ଅଧିକ ଟଙ୍କା ଆବଶ୍ୟକ ରହିଛି। ଏନେଇ ଓଡ଼ିଶା ସିନେ ଆର୍ଟିଷ୍ଟ ସଂଘ ସମେତ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ପିଣ୍ଟୁଙ୍କ ପାଇଁ ଆର୍ଥିକ ସହାୟତା ରାଶି ମିଳିବାରେ ଲାଗିଛି।

ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୬ ମାସ ମଧ୍ୟରେ ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ କରେଇବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ଯଦି ଲିଭର ଟ୍ରାନ୍ସପ୍ଲାଣ୍ଟ ନହୁଏ ତା’ହେଲେ ପିଣ୍ଟୁଙ୍କ ଅବସ୍ଥା ଆହୁରି ସଙ୍କଟାପନ୍ନ ହୋଇପାରେ ବୋଲି ଜଣାପଡ଼ିଛି। ତେବେ ଯକୃତ ପ୍ରତିରୋପଣ ପରେ ପିଣ୍ଟୁ ନନ୍ଦଙ୍କୁ ୩ ମାସ ଚିକିତ୍ସାଧୀନ ଅବସ୍ଥାରେ ରଖାଯିବ ବୋଲି କୁହାଯାଉଛି।

Leave A Reply

Your email address will not be published.