Odisha Link
Bridging the Missing Links in Odisha

ରୋହିତ ପୂଜାରୀଙ୍କୁ କଳାପତାକା ପ୍ରଦର୍ଶନ କଲେ ଯୁବ କଂଗ୍ରେସ କର୍ମୀ

ମାଲକାନଗିରି କଲେଜର ବାର୍ଷିକ ଉତ୍ସବକୁ ଯିବାବେଳେ ରୋହିତ ପୂଜାରୀଙ୍କୁ କିଛି ଯୁବକ ବିରୋଧ କରିଥିବା ଜଣା ପଡିଛି।

ଓଏଲ୍‌ ବ୍ୟୁରୋ : ଆଜି ମାଲକାନଗିରି କଲେଜର ବାର୍ଷିକ ଉତ୍ସବ। କଲେଜର ବାର୍ଷିକ ଉତ୍ସବରେ ଯୋଗଦେବା ପାଇଁ ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଗସ୍ତ କରୁଥିଲେ। ମାଲକାନଗିରି କଲେଜର ବାର୍ଷିକ ଉତ୍ସବକୁ ଯିବାବେଳେ ରୋହିତ ପୂଜାରୀଙ୍କୁ କିଛି ଯୁବକ ବିରୋଧ କରିଥିବା ଜଣା ପଡିଛି।

ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ କଳାପତାକା ପ୍ରଦର୍ଶନ କରି ବିରୋଧ କରାଯାଇଛି। ମାଲକାନଗିରି ଏସପି ଅଫିସ ପାଖରେ କଳା ପତାକା ଦେଖାଇ କିଛି ଯୁବ କଂଗ୍ରେସ କର୍ମୀ ବିରୋଧ କରିଥିବା କୁହାଯାଉଛି।