Odisha Link
Bridging the Missing Links in Odisha

ଭୟ ବଢ଼ାଇଲାଣି ମସ୍ତିଷ୍କ ଜ୍ୱର ; ଆକ୍ରାନ୍ତଙ୍କ ସଂଖ୍ୟା ୧୭କୁ ବୃଦ୍ଧି

କନ୍ୟାଶ୍ରମରେ ଜାପାନିଜ ଏନସେଫାଲାଇଟସ ବ୍ୟାପୁଥିବା ବେଳେ ଜଣକ ପରେ ଜଣେ ଛାତ୍ରୀ ଅସୁସ୍ଥ ହୋଇପଡୁଛନ୍ତି।

ଓଏଲ୍‌ ବ୍ୟୁରୋ : ଚିନ୍ତା ବଢ଼ାଇଲାଣି ମସ୍ତିଷ୍କ ଜ୍ୱର। ବାଲେଶ୍ବର ଜିଲ୍ଲା ସୋର ପୁରୁବାଇ କନ୍ୟାଶ୍ରମରେ ବ୍ୟାପିଛି ମସ୍ତିଷ୍କ ଜ୍ୱର। ପୁଣି ୫ ଜଣ ଛାତ୍ରୀ ଅସୁସ୍ଥ ହୋଇଥିବା ଜଣାପଡିଛି। ଏହି ୫ଜଣ ଅସୁସ୍ଥ ଅନ୍ତେବସୀଙ୍କୁ ଚିକିତ୍ସା ପାଇଁ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗତକାଲି ୪ ଜଣଙ୍କୁ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ଏବେ ବାଲେଶ୍ୱରରେ ଚିକିତ୍ସାଧୀନ ଅସୁସ୍ଥ ଅନ୍ତେବାସୀଙ୍କ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି। ସେପଟେ ସୋର ମେଡିକାଲରେ ୧୪ ଅସୁସ୍ଥ ଅନ୍ତେବାସୀଙ୍କର ଚିକିତ୍ସା ଜାରି ରହିଛି। କନ୍ୟାଶ୍ରମରେ ଜାପାନିଜ ଏନସେଫାଲାଇଟସ ବ୍ୟାପୁଥିବା ବେଳେ ଜଣକ ପରେ ଜଣେ ଛାତ୍ରୀ ଅସୁସ୍ଥ ହୋଇପଡୁଛନ୍ତି।

ସୂଚନା ଅନୁସାରେ, ବାଲେଶ୍ବର ଜିଲ୍ଲା ସୋର ପୁରୁବାଇ କନ୍ୟାଶ୍ରମରେ କିଛି ଦିନ ହେବ ବ୍ୟାପିଛି ମସ୍ତିଷ୍କ ଜ୍ୱର। ପ୍ରଥମେ କନ୍ୟାଶ୍ରମର ୫ ଛାତ୍ରୀ ଏଥିରେ ଆକ୍ରାନ୍ତ ହୋଇଥିଲେ। ଆକ୍ରାନ୍ତ ଛାତ୍ରୀମାନେ ବାଲେଶ୍ୱରର ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ତେବେ ଏହି ମସ୍ତିଷ୍କ ଜ୍ୱର ଘୁଷୁରୀ ଓ ମଶା ଦ୍ୱାରା ବ୍ୟାପୁଥିବା ଅନୁମାନ କରାଯାଉଥିଲେ। ଘୁଷୁରୀ ଓ ମଶା ଦ୍ୱାରା ବ୍ୟାପୁଥିବା ଅନୁମାନ କରାଯାଉଥିବାବେଳେ ସ୍ଥାନୀୟ ଲୋକଙ୍କ ଚିନ୍ତା ବଢ଼ିବାରେ ଲାଗିଛି। କନ୍ୟାଶ୍ରମର ଜଣେ ଛାତ୍ରୀଙ୍କର ଅସୁସ୍ଥତା ହେତୁ ମୃତ୍ୟୁ ହୋଇଥିଲା।

ଗତ ସପ୍ତାହରେ କନ୍ୟାଶ୍ରମରେ କିଛି ଛାତ୍ରୀ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ଜ୍ୱର ସହ ବାନ୍ତି ହେବାରୁ ପ୍ରାୟ ୨୫ ଜଣଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରୁ ସମସ୍ତଙ୍କ ରକ୍ତ ପରୀକ୍ଷା ନିମନ୍ତେ ପଠାଯାଇଥିଲା। କନ୍ୟାଶ୍ରମର ୫ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବା ବେଳେ ଅନ୍ୟମାନଙ୍କର ନେଗେଟିଭ ଆସିଥିଲା। ରିପୋର୍ଟ ଆସିବା ପରେ ତତ୍ପରତା ପ୍ରକାଶ କରିଛି ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ପଜିଟିଭ ଚିହ୍ନଟ ୫ ଛାତ୍ରୀଙ୍କୁ ତୁରନ୍ତ ବାଲେଶ୍ୱର ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ପୁଣି ୫ ଜଣ ଛାତ୍ରୀ ଅସୁସ୍ଥ ହୋଇଥିବା ଜଣାପଡିଛି। ମସ୍ତିଷ୍କ ଜ୍ୱରରେ ଆକ୍ରାନ୍ତ ଅନ୍ତେବାସୀଙ୍କ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି।

Leave A Reply

Your email address will not be published.