Odisha Link
Bridging the Missing Links in Odisha

‘ଯଦି ମୁଁ ଅପରାଧୀ ତେବେ ମୋ ନାମରେ ଚାର୍ଜସିଟ କରନ୍ତୁ’

୪୬ ଜଣ ବିଧାୟକ ଙ୍କ ନାଁ ରେ ୧୮୦ ଟି କେସ ରହିଛି

ଓଏଲ୍‌ ବ୍ୟୁରୋ: ବିଧାନସଭାରେ ଜାରି ରହିଛି ବଜେଟ ଅଧିବେଶନ। ବିଧାନସଭାର ଶୂନ୍ୟକାଳରେ ବିରୋଧୀ ଦଳ ନେତା ମନ୍ତବ୍ୟ ଦେଇଛନ୍ତି। ବିଧାନସଭାରେ ମନ୍ତବ୍ୟ ଦେଇ ଜୟନାରାୟଣ ମିଶ୍ର କହିଛନ୍ତି, ବିଧାନସଭା ବାହାରେ ଶାସକ ଦଳର ବିଧାୟକ ମାନେ ମୋ ନାଁ ରେ ବହୁତ କିଛି କହିଛନ୍ତି। ତେଣୁ ମୁଁ ବିଧାନସଭା ରେ ଏହା କହିବା ପାଇଁ ବାଧ୍ୟ ହେଉଛି। ଯଦି ମୁଁ ଅପରାଧୀ ତେବେ ମୋ ନାଁ ରେ ଆପଣ ଚାର୍ଜସିଟ କରନ୍ତୁ। ମୁଁ ଖୋଲା ବିତର୍କ ପାଇଁ ପ୍ରସ୍ତୁତ ଏବଂ ଆସନ୍ତୁ ମୋ ସହ ଖୋଲା ବିତର୍କ କରନ୍ତୁ ବୋଲି କହିଛନ୍ତି ଜୟନାରାୟଣ ମିଶ୍ର।

ସେ ଆହୁରି ମଧ୍ୟ କହିଛନ୍ତି, ବିଜେପୁର ନିର୍ବାଚନ ସମୟରେ ଶାସକ ଦଳ ନିର୍ବାଚନ ଜିତିବା ପାଇଁ କିପରି ଜଣଙ୍କୁ ହତ୍ୟା କରିଥିଲା ତାହାର ଟେପ ବା ପ୍ରମାଣ ବି ଦେଇ ଦେବି। ମୋତେ କୁହାଯାଉଛି ମୁଁ ଅଭ୍ୟାସଗତ ଅପରାଧୀ ବୋଲି, କିନ୍ତୁ ଶାସକ ଦଳର ବିଧାୟକଙ୍କ ନାଁରେ ଅନେକ କେସ ରହିଛି ତାହା କହୁଛି। ୪୬ ଜଣ ବିଧାୟକ ଙ୍କ ନାଁ ରେ ୧୮୦ ଟି କେସ ରହିଛି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ନାଁ ରେ ୩୦୭, ୨ ଜଣଙ୍କ ନାଁରେ ୩୯୫ ଡକାୟତି, ୯ ଜଣଙ୍କ ନାଁରେ ୩୭୯ ଚୋରି, ୪ ଜଣଙ୍କ ନାଁରେ ୧୭୧ ଲାଞ୍ଚ ନେବା, ୨୮ ଜଣ ଙ୍କ ନାଁରେ ୫୦୬ ଧମକ, ୫ ଜଣଙ୍କ ନାଁରେ ୩୫୪ ମହିଳା ଅସଦାଚରଣ, ଜଣଙ୍କ ନାଁରେ ୩୭୬ ଦୁଷ୍କର୍ମ, ୪ ଜଣଙ୍କ ନାଁରେ ୩୬୫ ବା ୩୬୩ ଅପହରଣ ଭଳି ମାମଲା ରହିଛି। ତାଳଚେର ବିଧାୟକ ନାଁରେ ୨୯ଟି କେସ ରହିଥିବା କହିଛନ୍ତି ଜୟନାରାୟଣ ମିଶ୍ର। ମୁଁ ଯଦି ସାମାନ୍ୟତମ କାହାକୁ ଖରାପ ବ୍ୟବହାର ପ୍ରଦର୍ଶନ କରିଥିବି କିଏ ପ୍ରମାଣ କରିଦେବ ତେବେ ମୁଁ ରାଜନୈତିକ ଜୀବନରୁ ଓହରିଯିବି ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି।

Leave A Reply

Your email address will not be published.