Odisha Link
Bridging the Missing Links in Odisha

ଦୋଳ ପୂର୍ଣ୍ଣିମାରେ ଶ୍ରୀଜୀଉଙ୍କର ସୁନାବେଶ

ଓଏଲ୍‌ ବ୍ୟୁରୋ: ଆଜି ପବିତ୍ର ଦୋଳ ପୂର୍ଣ୍ଣିମା। ଯେଉଁଥିପାଇଁ ଗାଁଠୁ ସହର ଉତ୍ସବମୁଖର। ଏଥିସହିତ ପବିତ୍ର ଦୋଳ ପୂର୍ଣ୍ଣମୀ ଅବସରରେ ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ସୁନାବେଶ ବା ରାଜାଧିରାଜ ବେଶ ଅନୁଷ୍ଠିତ ହେଉଛି।

ମଙ୍ଗଳ ଆଳତୀ, ମଇଲମ ଓ ତଡପ ଲାଗି ଓ ଅବକାଶ ଆଦି କେତେକ ନୀତି ସମ୍ପନ୍ନ ହୋଇଛି। ପୂର୍ବାହ୍ନ ପ୍ରାୟ ସାଢେ ୯ଟା ସୁଦ୍ଧା ସେବାୟତମାନେ ଶ୍ରୀଜୀଉମାନଙ୍କୁ ପାରମ୍ପରିକ ରୀତିମତେ ସୁନାବେଶ ବା ରାଜାଧିରାଜ ବେଶରେ ସଜ୍ଜିତ କରାଇଛନ୍ତି। ଶ୍ରଦ୍ଧାଳୁମାନେ ଜଗମୋହନର ବାହାର କାଠ ପାଖରେ ଠିଆ ହୋଇ ଏହି ଦୂର୍ଲ୍ଲଭ ବେଶ ଦର୍ଶନ କରିବେ। ରାତି ପ୍ରାୟ ସାଢେ ୧୦ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଏହି ବେଶ ଦେଖିବାର ସୁଯୋଗ ପାଇବେ।

ଦୋଳ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ କେତେକ ବିଶେଷ ନୀତି ଅନୁଷ୍ଠିତ ହେଉଛି। ସେବାୟତମାନେ ଆଜି ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀଙ୍କୁ ବିମାନରେ ନେଇ ଦୋଳବେଦୀ ଦୋଳିରେ ବିଜେ କରାଇବେ । ସେଠାରେ ଶ୍ରୀଜୀଉଙ୍କ ଫଗୁ ଖେଳ ଅନୁଷ୍ଠିତ ହେବ।

Leave A Reply

Your email address will not be published.