Odisha Link
Bridging the Missing Links in Odisha

ଯାତ୍ରା ଓ ମେଲୋଡି ମଞ୍ଚରେ ଅଶ୍ଲୀଳ ନୃତ୍ୟ କଟକଣା, ଜାରି ହେଲା ନିର୍ଦ୍ଦେଶାନାମା

ଓଏଲ୍‌ ବ୍ୟୁରୋ: ଯାତ୍ରା ଓ ମେଲୋଡି ଓଡ଼ିଶାରେ ମନୋରଞ୍ଜନର ଏକ ଲୋକପ୍ରିୟ ମାଧ୍ୟମ ସାଜିଛି। ଏସବୁ ମଧ୍ୟରେ ଯାତ୍ରା ପ୍ରେମୀ ମାନଙ୍କ ପାଇଁ ଆସିଲା ବଡ଼ ଖବର। କାରଣ ଆଉ ଯାତ୍ରା ଓ ମେଲୋଡି ମଞ୍ଚ ଉପରେ ଆଉ ପରିବେଷଣ ହେବ ନାହିଁ ଅଶ୍ଳୀଳ ନୃତ୍ୟ। ଦ୍ୱିଅର୍ଥବୋଧକ ସଂଳାପ କହିପାରିବେନି କଳାକାର। ମେଲୋଡି କିମ୍ବା ନାଟକ ପରିବେଷଣ ସମୟରେ କଳାକାର ଓଡ଼ିଶାର ଗୌରବମୟ ସଂସ୍କୃତିକୁ ସମ୍ମାନ ଜଣାଇବେ।

ଯାତ୍ରାରେ ବଢୁଥିବା ଅଶ୍ଳୀଳତାକୁ ଦୃଷ୍ଟିରେ ରଖି ଏପରି କଟକଣା ଲଗାଇଛନ୍ତି ରାଜ୍ୟ ସରକାର। ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଚିଠି ଲେଖାଯାଇଛି। ଏହି ନିୟମ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସଂସ୍କୃତି ବିଭାଗ ପକ୍ଷରୁ କୁହାଯାଇଛି, ଯାତ୍ରା ଓ ମେଲୋଡି ରାଜ୍ୟରେ ମନୋରଂଜନର ଏକ ଲୋକପ୍ରିୟ ମାଧ୍ୟମ। କିନ୍ତୁ ମଞ୍ଚରେ ଅଶ୍ଲୀଳ ନୃତ୍ୟ, ଅଙ୍ଗଭଙ୍ଗୀ, ଦ୍ୱିଅର୍ଥବୋଧକ ସଂପଳା ଓ ଅଭିନୟ ଦ୍ୱାରା ପରିବାର ସଦସ୍ୟ ଏକାଠି ବସି ନାଟକ ଦେଖିବା ସମ୍ଭବ ହେଉନି। ଯୁବକ ଯୁବତୀମାନେ ବିପଥଗାମୀ ହେଉଛନ୍ତି। ତା ସହିତ ଆମର ସଂସ୍କୃତି ମଧ୍ୟ କଦର୍ଥ ହେଉଛି। ତେଣୁ ଏହାକୁ ବନ୍ଦ କରିବାକୁ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ସବୁ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଛନ୍ତି।

ବିଭାଗ ପକ୍ଷରୁ ଆହୁରି କୁହାଯାଇଛି ଯେ, ଯେଉଁ ଜିଲ୍ଲାରେ ଯାତ୍ର ଓ ମେଲୋଡି ପରିବେଷଣ ପାଇଁ ଅନୁମତି ଦିଆଯିବା ବେଳେ ସର୍ତ୍ତ ସଂପର୍କରେ ଲେଖାଯିବ। ଆଉ ଏଥିରେ ବ୍ୟତିକ୍ରମ ହେଲେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

Leave A Reply

Your email address will not be published.