Odisha Link
Bridging the Missing Links in Odisha

ଖୋର୍ଦ୍ଧା ଭୂଷଣ୍ଡପୁର ବାଣ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

ଓଏଲ୍‌ ବ୍ୟୁରୋ: ଗତକାଲି ଛାତି ଥରାଇ ଦେବା ଭଳି ବାଣ ବିସ୍ପୋରଣ ହୋଇଥିଲା ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭୂଷଣ୍ଡପୁର ଗାଁରେ। ଗତକାଲି ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୫କୁ ବୃଦ୍ଧି ପାଉଛି। ଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଭୂଷଣ୍ଡପୁର ଗାଁର ଦୋଳଗୋବିନ୍ଦ ବେହେରାଙ୍କ ମୃତ୍ୟୁ ହୋଇଛି। ତାଙ୍କ ଶରୀର ୭୦ ପ୍ରତିଶତରୁ ଅଧିକ ଅଂଶ ପୋଡ଼ିଯାଇଥିଲା। ବିସ୍ଫୋରଣରେ ଗୁରୁତର ଆଉ ୩ ଜଣ ଭୁବନେଶ୍ୱର ଏମ୍ସରେ ଏବେବି ଚିକିତ୍ସାଧୀନ ଅଛନ୍ତି।

ସୂଚନାଥାଉକି, ଦୋଳ ପୂର୍ଣ୍ଣିମା ପାଇଁ ଭୂଷଣ୍ଡପୁର ଗାଁରେ ଏକ ଘରେ ବାଣ ପ୍ରସ୍ତୁତି ହେଉଥିଲା। ଗତକାଲି ସକାଳେ ହଠାତ୍ ସେହି ଘରେ ବାଣ ବିସ୍ଫୋରଣ ହୋଇ ନିଆଁ ଲାଗିଯାଇଥିଲା। ନିଆଁ ଚାରିଆଡ଼େ ବ୍ୟାପି ଯିବା ସହ ଘର ଭିତରେ ଥିବା ବାଣ ଗୁଡ଼ିକ ବିସ୍ଫୋରଣ ହୋଇଥିଲା। ଯାହାଫଳରେ ସେହି ଘରେ ଫଶି ରହସିଥିବା ୮ଜଣ ବ୍ୟକ୍ତି ବାହାରକୁ ବାହାରି ପାରିନଥିଲେ।

ଏହାପରେ ଗ୍ରାମବାସୀ ମାନେ ଅଗ୍ନିଶମ ବାହିନୀକୁ ଜଣାଇଇଥିଲେ। ଅଗ୍ନିଶମ ବାହିନୀ ଓ ପୁଲିସ ସାହାଯ୍ୟରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ନିଆଁରେ ପୋଡ଼ିହୋଇ ୪ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଗୁରୁତର ଆହତ ହୋଇଥିଲେ। ସମସ୍ତ ଆହତ ବ୍ୟକ୍ତିଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ପୁଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.