Odisha Link
Bridging the Missing Links in Odisha

ଜଗତସିଂହପୁରରେ ଅଜଣା ଜନ୍ତୁ ଆତଙ୍କ, ମଲେଣି ୬ ମେଣ୍ଢା

ବର୍ତ୍ତମାନ ବିରିଡ଼ି ଥାନା ଶଙ୍ଖାରୀ ଅଞ୍ଚଳବାସୀ ମେଣ୍ଢା ମରିବାକୁ ନେଇ ଆତଙ୍କିତ ରହିଥିବା ଜଣା ପଡିଛି।

ଓଏଲ୍‌ ବ୍ୟୁରୋ: ଜଗତସିଂହପୁର ବିରିଡ଼ି ଥାନା ଶଙ୍ଖାରୀ ଅଞ୍ଚଳରେ ଅଜଣା ଜନ୍ତୁକୁ ନେଇ ଆତଙ୍କିତ ସ୍ଥାନୀୟ ଲୋକେ। ୬ ମେଣ୍ଢାକୁ ମାରିଦେଇଛି ଅଜଣା ଜନ୍ତୁ। ମେଣ୍ଢା ମୃତ୍ୟୁ ଖବର ପାଇ ଗାଁରେ ପହଞ୍ଚିଛନ୍ତି ଭେଟେନାରୀ ଟିମ୍। ତେବେ ମୃତ୍ୟୁର କାରଣ ସ୍ପଷ୍ଟ ନଥିବା କୁହାଯାଉଛି। ଯେହେତୁ ନିଆଳିରେ ଅଜଣା ଜନ୍ତୁ ମେଣ୍ଢା ମାରିବାର ଆତଙ୍କ ସୃଷ୍ଟି ହୋଇଥିଲା। ବର୍ତ୍ତମାନ ବିରିଡ଼ି ଥାନା ଶଙ୍ଖାରୀ ଅଞ୍ଚଳବାସୀ ମେଣ୍ଢା ମରିବାକୁ ନେଇ ଆତଙ୍କିତ ରହିଥିବା ଜଣା ପଡିଛି।

ଖବର ଅନୁସାରେ, କଟକ ଜିଲ୍ଲା ନିଆଳି ଅଞ୍ଚଳରେ ଅଜଣା ଜନ୍ତୁକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ଥିବା ଖବର ସାମ୍ନାକୁ ଆସିଥିଲା। ମେଣ୍ଢା ପାଳନ କରୁଥିବା ୨ ଜଣଙ୍କ ଗୁହାଳରେ ୨ ଦିନରେ ୨୯ ମେଣ୍ଢାକୁ ମାରିଲାଣି ଅଜଣା ଜନ୍ତୁ। କିଛି ବର୍ଷ ତଳେ ଅଜଣା ଜନ୍ତୁ ଆକ୍ରମଣରେ ନିଆଳିରେ ସହ ସହ ମେଣ୍ଢାଙ୍କ ମୃତ୍ୟୁ ହୋଇଥିଲା।

Leave A Reply

Your email address will not be published.