Odisha Link
Bridging the Missing Links in Odisha

ସିଆଇଏସଏଫରେ ଅଗ୍ନିବୀରଙ୍କ ପାଇଁ ନୂତନ ସୁଯୋଗ

ପ୍ରଥମ ବ୍ୟାଚ୍ ପାଇଁ ୫ ବର୍ଷ ବୟସ ସମୀା କୋହଳ କରାଯିବା ସହ ପରବର୍ତ୍ତୀ ବ୍ୟାଚ୍ ପାଇଁ ୩ ବର୍ଷ ବୟସୀମା କୋହଳ କରାଯିବ।

ଓଏଲ୍‌ ବ୍ୟୁରୋ: ଅଗ୍ନିବୀରଙ୍କ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ନୂତନ ସୁଯୋଗ ଘୋଷଣା କରାଯାଇଛି। କେନ୍ଦ୍ର ଗୃହମନ୍ତ୍ରଣାଳୟ, କେନ୍ଦ୍ର ଔଦ୍ୟୋଗିକ ସୁରକ୍ଷା ବଳ (ସିଆଇଏସଏଫ୍)ରେ ଅଗ୍ନିବୀରଙ୍କ ପାଇଁ ୧୦ପ୍ରତିଶତ ସଂରକ୍ଷଣ ଘୋଷଣା କରିଛନ୍ତି। ଅଗ୍ନିବୀରଙ୍କୁ ସଂରକ୍ଷଣ ସହ ସିଆଇଏସଏଫରେ ନିଯୁକ୍ତି ସମୟରେ ବୟସ ସୀମା ମଧ୍ୟ କୋହଳ କରାଯିବ। ବୟସ ସୀମା ଧାର୍ଯ୍ୟ କରିବା ଅଗ୍ନିବୀରଙ୍କ ବ୍ୟାଚ୍ ଉପରେ ନିର୍ଭର କରିବ। ପୂର୍ବ ବ୍ୟାଚ୍ ଓ ପର ବ୍ୟାଚ୍ ପାଇଁ ବୟସ ସୀମା ଅଲଗା ଅଲଗା ରହିବ। ପ୍ରଥମ ବ୍ୟାଚ୍ ପାଇଁ ୫ ବର୍ଷ ବୟସ ସମୀା କୋହଳ କରାଯିବା ସହ ପରବର୍ତ୍ତୀ ବ୍ୟାଚ୍ ପାଇଁ ୩ ବର୍ଷ ବୟସୀମା କୋହଳ କରାଯିବ।

ପୂର୍ବରୁ, ଅଗ୍ନିବୀରଙ୍କ ପାଇଁ କେନ୍ଦ୍ରସରକାରଙ୍କ ପକ୍ଷରୁ ବର୍ଡର ସିକ୍ୟୁରିଟି ଫୋର୍ସରେ ସଂରକ୍ଷଣ କରାଯାଇଥିଲା। କେନ୍ଦ୍ର ସରକାର ଭାରତୀୟ ସେନାର ଭର୍ତ୍ତି ହେବା ପାଇଁ ଆଣିଥିବା ନୂଆ ନିୟମରେ ଏହି କଥା ଉଲ୍ଲେଖ କରିଥିଲେ। ତେବେ ଅଗ୍ନିବୀରମାନଙ୍କୁ ବିଏସଏଫରେ ଭର୍ତ୍ତି ହେବା ପାଇଁ ୧୦ ପ୍ରତିଶତ ସଂରକ୍ଷଣ ରହିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ସେନାରେ ସାମିଲ ହେଲେ, ଅଗ୍ନିବୀରଙ୍କ କ୍ଷେତ୍ରରେ ବୟସ ସୀମାକୁ ବି କୋହଳ କରାଯିବ।

Leave A Reply

Your email address will not be published.