ବିଧାନସଭାରେ ବିରୋଧୀଙ୍କ ହୋହଲ୍ଲା: ଗୃହ ୪ଟା ପର୍ଯ୍ୟନ୍ତ ମୁଲତବି
ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଏକ ଫଟୋ ଦେଖାଇ ହୋହଲ୍ଲା କରିଥିଲେ।

ଓଏଲ୍ ବ୍ୟୁରୋ: ବିଧାନସଭାରେ ଜାରି ରହିଛି ଅଧିବେଶନ। ବିଭିନ୍ନ ପ୍ରସଙ୍ଗକୁ ନେଇ ଶାସକ ଦଳ-ବିରୋଧୀ ମୁହାଁମୁହିଁ ହୋଇଥିବା ଜଣା ପଡୁଛି। ତେବେ ଏହାରି ମଧ୍ୟରେ ମନ୍ତ୍ରୀଙ୍କ ଫଟୋକୁ ନେଇ ବିଧାନସଭାରେ ବିରୋଧୀ ହୋହଲ୍ଲା କରିଥିଲେ। ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଏକ ଫଟୋ ଦେଖାଇ ହୋହଲ୍ଲା କରିଥିଲେ। ବିରୋଧୀଙ୍କ ହୋହଲ୍ଲା ପାଇଁ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି।
ସୂଚନା ଅନୁସାରେ, ଆଜି ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲା ଦେଖିବାକୁ ମିଳିଥିଲା। ବିରୋଧୀଙ୍କ ହଟ୍ଟଗୋଳ ପରେ ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି। ୧୧ଟା ୩୦ ପରେ ଗୃହ କାର୍ଯ୍ୟ ପୁଣି ଥରେ ଆରମ୍ଭ ହୋଇଥିଲା। ହେଲେ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଫଟୋକୁ ନେଇ ବିଧାନସଭାରେ ବିରୋଧୀ ହୋହଲ୍ଲା କରିଥିଲେ। ଏନେଇ ଗୃହ ୪ଟା ପର୍ଯ୍ୟନ୍ତ ମୁଲତବି ରହିଛି।