Odisha Link
Bridging the Missing Links in Odisha

ଜମି ବିକ୍ରି ପାଇଁ ଦିବ୍ୟାଙ୍ଗ ମୃତ୍ୟୁ ଘଟଣା: ନୂଆପଡା ତହସିଲଦାର ନିଲମ୍ବିତ

ସମ୍ବଲପୁର ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ହୋଇଥିଲେ

ଓଏଲ୍‌ ବ୍ୟୁରୋ: ଗତକାଲି ସମ୍ବଲପୁର ବୁର୍ଲା ମେଡିକାଲରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଥିଲା। ଦେହରେ ନିଆଁ ଲଗାଇଥିବା ଦିବ୍ୟାଙ୍ଗ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଜମି ବିକ୍ରି ପାଇଁ ଅନୁମତି ନ ମିଳିବାରୁ ନିଜ ଦେହରେ ନିଆଁ ଲଗାଇ ମୃତ୍ୟୁ ବରଣ କରିଥିଲେ। ସମ୍ବଲପୁର ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ହୋଇଥିଲେ। ପରିବାରର ଅଭିଯୋଗ ପରେ ନୂଆପଡ଼ା ଥାନାରେ ମାମଲା ରୁଜୁ ହୋଇଥିଲା। ଅଭିଯୋଗ ଅନୁସାରେ, ନୂଆପଡା ତହସିଲଦାର ଦେବେନ୍ଦ୍ର ରାଉତଙ୍କୁ ନିଲମ୍ବିତ କରାଯାଇଛି। ଏଥିସହ ତହସିଲଦାର ଓ ଅତିରିକ୍ତ ତହସିଲଦାର ବିରୋଧରେ ମାମଲା ରୁଜୁ କରାଯାଇଥିବା ସୂଚନା ମିଳିଛି।।

ଖବର ଅନୁସାରେ, ଜମି ବିକ୍ରି ପାଇଁ ଅନୁମତି ମାଗିଥିଲେ ଯୁବକ ଜଣକ। ହେଲେ ତାଙ୍କୁ ଅନୁମତି ମିଳିନଥିଲା। ଜମି ବିକ୍ରି ପାଇଁ ଅନୁମତି ନ ମିଳିବାରୁ ଦେହରେ ନିଆଁ ଲଗାଇଥିଲେ। ଦୁଇଦିନ ତଳେ ନୂଆପଡା ସଦର ତହସିଲ ଅଫିସ୍ ଆଗରେ ଦେହରେ ନିଆଁ ଲଗାଇଥିଲେ ଯୁବକ ଜଣକ। ଆତ୍ମହତ୍ୟା ଉଦ୍ୟମ କରିଥିବା ଦିବ୍ୟାଙ୍ଗ ହେଉଛନ୍ତି ଜଗଦୀଶ ଚୌହ୍ୱାନ ଯାହାର ମୃତ୍ୟୁ ହୋଇଯାଇଛି। ଜଗଦୀଶଙ୍କ ମୃତ୍ୟୁ ଖବର ପାଇ ନୂଆପଡା ପୁଲିସ ସାଇଟିଂଫିକ ଟିମ୍ ଓ ଡଗସ୍କ୍ୱାର୍ଡ ନେଇ ତହସିଲଦାର ଅଫିସରେ ତଦନ୍ତ କରିଥିଲେ।

ଅନ୍ୟପଟେ ଗ୍ରାମବାସୀ ଓ ପରିବାର ଲୋକେ କ୍ଷତିପୂରଣ ଦାବି ପୂରଣ ନହେବା ଯାଏଁ ଅନ୍ତିମ ସଂସ୍କାର କରିବେ ନାହିଁ ବୋଲି ଅଡି ବସିଥିଲେ। ପରେ ପ୍ରଶାସନ ପକ୍ଷରୁ ଦିବ୍ୟାଙ୍ଗ ଜଗଦୀଶଙ୍କ ସ୍ତ୍ରୀଙ୍କୁ ଆରଏମଆରସିରେ ଚାକିରୀ, ପିଲାଙ୍କ ପାଠ ପଢା ପାଇଁ ସହାୟତା ଦେବା ସହ କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ଏହାପରେ ଜଗଦୀଶ ଚୌହ୍ୱାନଙ୍କ ଅନ୍ତିମ ସଂସ୍କାର କରାଯାଇଛି। ତେବେ ଏନେଇ ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କ ନାମରେ ମାମଲା ରୁଜୁ ହୋଇଥିବା ଜଣା ପଡିଛି। ପରିବାରର ଅଭିଯୋଗ ପରେ ନୂଆପଡ଼ା ଥାନାରେ ମାମଲା ରୁଜୁ କରାଯାଇଛି।

Leave A Reply

Your email address will not be published.