Odisha Link
Bridging the Missing Links in Odisha

ସଲମାନ ଖାନଙ୍କୁ ଇ-ମେଲ ଯୋଗେ ହତ୍ୟା ଧମକ

ତେବେ ଏନେଇ ସଲମନଙ୍କ ଟିମ ପକ୍ଷରୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ବିରୋଧରେ ମୁମ୍ବାଇର ବାନ୍ଦ୍ରା ଥାନାରେ ଅଭିଯୋଗ କରାଯାଇଛି।

ଓଏଲ୍‌ ବ୍ୟୁରୋ: ବଲିଉଡ ଜଗତର ଲୋକପ୍ରିୟ ଅଭିନେତା ସଲମାନ ଖାନଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଅଭିନେତା ସଲମାନ ଖାନଙ୍କୁ ହତ୍ୟା ଧମକ ଆସିଥିବା ଜଣା ପଡିଛି। ସଲମାନ ଖାନଙ୍କ ଇ-ମେଲ ଯୋଗେ ହତ୍ୟା ଧମକ ଆସିଛି। ଏହି ହତ୍ୟା ଧମକ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ତରଫରୁ ଇ-ମେଲ ଆସିଛି। ତେବେ ଏନେଇ ସଲମନଙ୍କ ଟିମ ପକ୍ଷରୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ବିରୋଧରେ ମୁମ୍ବାଇର ବାନ୍ଦ୍ରା ଥାନାରେ ଅଭିଯୋଗ କରାଯାଇଛି। ଇ-ମେଲ୍‌ରେ ହତ୍ୟା ଧମକ ମିଳିବା ପରେ ସୁରକ୍ଷା କଡ଼ାକଡ଼ି। ସଲମାନଙ୍କୁ ୱାଇ ପ୍ଲସ ସୁରକ୍ଷା ଯୋଗାଇ ଦେଉଛି ମୁମ୍ବାଇ ପୁଲିସ।

ସୂଚନା ଅନୁସାରେ, ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ପଞ୍ଜାବର ପରିଚିତ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ଏବେ ଜେଲରେ ଅଛି। ତେବେ ଦୁଇ ଦିନ ତଳେ ଲରେନ୍ସ ବିଷ୍ଣୋଇ ସଲମାନଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲା। ଏବେ ସଲମାନଙ୍କୁ ମାରିବା ପାଇଁ ଠିକ୍ ସମୟ ନୁହେଁ। ଯେଉଁଦିନ ତାଙ୍କର ସୁରକ୍ଷା ହଟିବ ସେଦିନ ତାଙ୍କର ଶେଷ ଦିନ ହେବ ବୋଲି କହିଥିଲା ଲରେନ୍ସ ବିଷ୍ଣୋଇ। ସେ ଆହୁରି ମଧ୍ୟ କହିଁଇଥିଲା, ସିଦ୍ଧୁ ମୁସେୱାଲାଙ୍କ ଭଳି ସଲମନ ଅହଙ୍କାରୀ।

ଗତ ଶନିବାର ଅପରାହ୍ଣରେ ରୋହିତ ଗାର୍ଗ ନାମକ ଜଣେ ବ୍ୟକ୍ତି ସଲମାନ ଖାନଙ୍କୁ ଇ-ମେଲ କରିଥିଲେ। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସହଯୋଗୀ କାନାଡାର ଗୋଲ୍ଡି ବରାର ତାଙ୍କ ସହ କଥା ହେବାକୁ ଚାହୁଁଥିବା ନେଇ ଇମେଲ ଆସିଥିଲା। ସମୟ ପୂର୍ବରୁ ଜଣାଇଦେଲି, ଆରଥରକୁ ସିଧା ଝଟକା ମିଳବ ବୋଲି ହୀନ୍ଦିରେ ଲେଖା ଥିବା ମେଲ ଆସିଥିଲା। ଏନେଇ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି କରିଛି।

Leave A Reply

Your email address will not be published.