Odisha Link
Bridging the Missing Links in Odisha

ପୁରୀରେ ମମତା ବାନାର୍ଜୀ, ପଶ୍ଚିମବଙ୍ଗର ଦର୍ଶନାର୍ଥୀଙ୍କ ପାଇଁ ହେବ ଅତିଥି ଭବନ

୨୩ରେ ଭୁବନେଶ୍ୱର ଫେରିବା ପରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାକ୍ଷାତକାର କରିବେ।

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। ମମତା ବାନାର୍ଜୀଙ୍କର ୩ ଦିନିଆ ଓଡ଼ିଶା ଗସ୍ତର ଆଜି ଦ୍ୱିତୀୟ ଦିନ। ଗତକାଲି ଦିନ ୩ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚି ପୁରୀରେ ଯାଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେଠାରେ ରାତ୍ରୀଯାପନ କରି ମମତା ବାନାର୍ଜୀ ଆଜି ପୁରୀ ପରିଦର୍ଶନ କରିଛନ୍ତି।

ପୁରୀ ବଳିଆପଣ୍ଡା ଅଞ୍ଚଳରେ ପଶ୍ଚିମବଙ୍ଗ ଭବନ ପାଇଁ ଜାଗା ବୁଲି ଦେଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମମତାଙ୍କୁ ଜାଗା ଦେଖାଇଲେ ମୁଖ୍ୟ ସଚିବ ପ୍ରଦୀପ ଜେନା। ପଶ୍ଚିମବଙ୍ଗରୁ ଆସୁଥିବା ଦର୍ଶନାର୍ଥୀଙ୍କ ପାଇଁ ହେବ ସେଠାରେ ହେବ ଏହି ଅତିଥି ଭବନ। ସ୍ୱଳ୍ପ ଖର୍ଚ୍ଚରେ ଅତିଥି ଭବନରେ ରହିପାରିବେ ବଙ୍ଗୀୟ ପର୍ଯ୍ୟଟକ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ରାଜଧାନୀ ଭୁବନେଶ୍ୱର ଫେରିବେ। ୨୩ରେ ଭୁବନେଶ୍ୱର ଫେରିବା ପରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାକ୍ଷାତକାର କରିବେ। ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତକାର ପରେ ମମତା ବାନାର୍ଜୀ ଓଡିଶାରୁ ପଶ୍ଚିମବଙ୍ଗକୁ ଫେରିଯିବେ ପୂର୍ବରୁ ସୂଚନା ମିଳିଛି।

Leave A Reply

Your email address will not be published.